ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏବେ ଅଭିନେତା ଅଭିନେତ୍ରୀଙ୍କଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଅଲ୍ଲୀ ଖାନ। ତୈମୁରଙ୍କ ଲୋକପ୍ରିୟତା ଏତେ ମାତ୍ରାରେ ବଢ଼ିଗଲାଣି ଯେ ହିରୋଇନ ମଧ୍ୟ ତାଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି। ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ତୈମୁରଙ୍କୁ ଡେଟ କରିବାକୁ ଚାହୁଁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ତାପସୀ ଏହି କଥା କହିଥିଲେ। ଏହି ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଇଣ୍ଡଷ୍ଟ୍ରୀରେ ସେ କାହାକୁ ଡେଟ କରିବାକୁ ଚାହୁଁଛନ୍ତି? ଏହାର ଉତ୍ତରରେ କହିଥିଲେ ସେ ତୈମୁରଙ୍କୁ ଡେଟ୍‌ରେ ନେବାକୁ ଚାହୁଁଛନ୍ତି।

ଏଥିରୁ ସ୍ପଷ୍ଟ ଯେ ତୈମୁରଙ୍କ ଲୋକପ୍ରିୟତା ବଢ଼ିଗଲାଣି। ହିରୋଇନ ତାଙ୍କୁ ଡେଟ୍‌ରେ ନେବାକୁ ଚାହଁଛନ୍ତି। ଅବଶ୍ୟ ତାପସୀ ଏହା ଏକ ମଜାଳିଆ ଢଙ୍ଗରେ କହିଛନ୍ତି।

ତେବେ ତାପସୀଙ୍କର ଏହି କଥା ଶୁଣି ତେମୈୁରଙ୍କ ମା’ କରୀନା କପୁର କ’ଣ ପ୍ରତିକ୍ରିୟା ଦେଉଛନ୍ତି ଏହା ଉପରେ ସମସ୍ତଙ୍କ ନଜର ରହିଛି କାରଣ କରୀନା ଅଧିକାଂଶ ସମୟରେ ତେମୁରଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଥାନ୍ତି।

Comment