ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ତୈମୁରଙ୍କ ଗୋଟିଏ ଫଟୋର ମୂଲ୍ୟ କେତେ ଜାଣନ୍ତି? ଏନେଇ ପ୍ରଥମଥର ପାଇଁ ସୂଚନା ଦେଇଛନ୍ତି ବାପା ସୈଫ ଅଲ୍ଲୀ ଖାନ୍।

ବଲିଉଡର ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁରଙ୍କ ସୁପୁତ୍ର ତୈମୁର ଖାନ୍ କୌଣସି ସୁପରଷ୍ଟାରଙ୍କଠାରୁ କମ୍ ନୁହନ୍ତି। ତାଙ୍କର ଏକ ଛୋଟ ଝଲକ୍‌ ପାଇବା ପାଇଁ ଫ୍ୟାନ୍‌ମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି।

କମ୍ ସମୟରେ ତୈମୁରଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି। ସେଥିପାଇଁ ସୋସିଆଲ ମିଡିଆରେ ତୈମୁର ତାଙ୍କର ଫଟୋ ଏବଂ ଭିଡିଓ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

କିନ୍ତୁ ଆପଣ ଜାଣନ୍ତି କି, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋର ମୂଲ୍ୟ କେତେ ରହିଛି? ନିକଟରେ ସାରା ଅଲ୍ଲୀ ଖାନ୍‌ଙ୍କ ସହ ‘କଫି ୱିଥ୍ କରଣ’ ଶୋ’ରେ ବାପା ସୈଫ ନଜର ଆସିଥିଲେ।

ଏହି ଶୋ’ ମାଧ୍ୟମରେ କରଣ ଜୋହର, ସୈଫଙ୍କୁ ତୈମୁରଙ୍କ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ସୈଫ ତୈମୁରଙ୍କ ଫଟୋର ମୂଲ୍ୟ କେତେ ବୋଲି କହିଥିଲେ। “ତୈମୁରଙ୍କ ପ୍ରତି ଫଟୋର ମୂଲ୍ୟ ୧୫୦୦ ଟଙ୍କା” କହିଛନ୍ତି ସୈଫ।

ସେ ଆହୁରି ମଧ୍ୟ କହିଛନ୍ତି, “ ତାଙ୍କୁ ଏହି ସୂଚନା ତାଙ୍କ ଶଶୁର ତଥା ଲୋକପ୍ରିୟ ଅଭିନେତା ରଣଧୀର କପୁର ଦେଇଥିଲେ।”

Comment