ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଖବର। ୯ ଏପ୍ରିଲ, ୨୦୨୦୧।

  • କୋଭିଡ ସଂକ୍ରମଣର ସ୍ଥିତିକୁ ଚାହିଁ ମାସ୍କ ପିନ୍ଧା ଉପରେ ସରକାରଙ୍କ ଗୁରୁତ୍ଵ, ମାସ୍କ ନପିନ୍ଧିଲେ ଦୁଇ ଗୁଣ ଜରିମାନା
  • ରାଜଧାନୀ ଭୁବନେଶ୍ଵର ଭଳି କଟକରେ ମଧ୍ୟ ବଢୁଛି କରୋନା, ଗୋଟିଏ ଦିନରେ ୫୦ରୁ ଅଧିକ ମାମଲା କିନ୍ତୁ କେହି ମରି ନାହାଁନ୍ତି
  • କୋଭିଡ ଲେଉଟାଣି, କଟକ ଓ ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ଲୋକଙ୍କ ଉପସ୍ଥିତି ନେଇ ନୂଆ ନିର୍ଦ୍ଦେଶନାମା ଜାରି
  • କମଲଜିତ୍ ସିଂହଙ୍କୁ କଟକ ମଧୁସୂଦନ ଲ’ ୟୁନିଭରସିଟିର କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ
  • କ୍ୟାପିଟାଲ ହସ୍ପିଟାଲର ସର୍ଜରୀ ଓ ମେଡିସିନ ବିଭାଗର ଦୁଇ ଜଣ ଡାକ୍ତର କରୋନା ପଜିଟିଭ, କୋଭିଡ ପରୀକ୍ଷା ହେବ
  • ଯେଉଁ ସେବାୟତଙ୍କ କରୋନା ନେଗେଟିଭ ବାହାରିବ ସେମାନେ ହିଁ ରୁକୁଣା ରଥ ଟାଣିବେ, କହିଲା ବିଏମସି
  • ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ ବନ୍ଦ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ପୂର୍ବଭଳି ଏହା ଚାଲିବ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ
  • ଏପ୍ରିଲ ୧୨ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
  • କରୋନା ନିୟମ ମାନିବା ପାଇଁ ଶ୍ରଦ୍ଧାଳୁଙ୍କୁ ନିବେଦନ କଲେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୁଖ୍ୟ ଦୁର୍ଗା ପ୍ରସାଦ ଦେଶୀବେହେରା
  • ପ୍ରବଳ ପବନ ସାଙ୍ଗକୁ ବର୍ଷା ସମ୍ଭାବନା। କୋରାପୁଟ, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Comment