ଓଡ଼ିଶାଲାଇଭ୍ ବ୍ୟୁରୋ

ସଂକ୍ଷେପରେ ଜାଣନ୍ତୁ ଆଜି ଦିନଯାକର ଖବର। ୧୦ ମାର୍ଚ୍ଚ, ୨୦୨୧।

  • ଶନିବାର ଦିନ ଓଡ଼ିଶାକୁ ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ କରୋନା ଟିକା
  • ଲକଡାଉନ ଓ ସଂକ୍ରମଣ ରୋକିବାକୁ ହେଲେ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ପାଇଁ ବାଧ୍ୟ, ଆଦୌ ଢ଼ିଲା ଦିଅନା କହିଲେ ମୁଖ୍ୟ ଶାସନ ସଚିବ
  • ଗତ ତିନି ଦିନ ମଧ୍ୟରେ କରୋନା ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ପ୍ରବଳ ଜରିମାନା ଆଦାୟ, ସମଗ୍ର ରାଜ୍ୟରେ ଜରିମାନା ଆଦାୟ କୋଟିଏ ଟଙ୍କାରେ ପହଞ୍ଚିଲା
  • କୋଭିଡ ନିୟମ ଓ କଟକଣା ଆଦୌ ମାନୁନଥିବାରୁ ପାରଳାଖେମୁଣ୍ଡିର ଦୁଇଟି ସିନେମା ହଲ ଲକ୍ଷ୍ମୀ ଟକିଜ ଓ ଜୟା ମହଲକୁ ସିଲ କଲା ଗଜପତି ଜିଲ୍ଲା ପ୍ରଶାସନ
  • ଦାଦନ ଶ୍ରମିକଙ୍କଠାରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ
  • ଦେବୋତ୍ତର କମିସନଙ୍କ ଦ୍ୱାରା ନିଯୁକ୍ତ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସରଜମିନ ତଦନ୍ତ, ପୁରୀ ଏମାର ମଠରୁ ଆହୁରି ୪୭ଟି ରୂପା ଇଟା ମିଳିଲା
  • ସମ ହସ୍ପିଟାଲର ଭେଷଜ ବିଭାଗର ୩୨ ବର୍ଷୀୟ ଡାକ୍ତର ହୃଦାନନ୍ଦ ଭୂୟାଁଙ୍କ କରୋନାରେ ମୃତ୍ୟୁ, ସେ ସିକଲ ସେଲ ରୋଗରେ ପୀଡିତ ଥିଲେ
  • ମାସ୍କ ପିନ୍ଧୁନଥିବା ଲୋକ ସାବଧାନ! ରାଜଧାନୀ ଭୁବନେଶ୍ଵର ଓ କଟକରେ ବୁଲୁଛନ୍ତି ସାଦା ପୋଷାକଧାରୀ ପୁଲିସ ସ୍କ୍ଵାଡ
  • କଟକ ବଡ଼ ମେଡିକାଲ କଲେଜ ନର୍ସିଂ ହଷ୍ଟେଲ ବନ୍ଦ, ଶନିବାର ରାତିରେ ଶିକ୍ଷାର୍ଥୀଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦେଶ
  • କରୋନା ଦ୍ଵିତୀୟ ଲହର ଆସିବା ପରେ ବି ନିୟମ ଭାଙ୍ଗିବା କାରଣରୁ ଭୁବନେଶ୍ଵରର ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟକୁ ସିଲ କଲା ବିଏମସି

Comment