ଓଡ଼ିଶାଲାଇଭ୍‌ ବ୍ୟୁରୋ

ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକମାନଙ୍କ ପାଇଁ ଜରୁରୀ ସୂଚନା। ଯେଉଁ ଦର୍ଶକ ମଦ ପିଇ ଖେଳ ଦେଖିବାକୁ ଯିବେ ତାଙ୍କୁ ଷ୍ଟାଡିୟମରେ ପ୍ରବେଶ କରାଯିବ ନାହିଁ। କମିସନରେଟ ପୋଲିସ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।

ଏହାସହ କ୍ୟାମେରା, ପାଣି ବୋତଲ, ଫଳ ଓ ଶୁଖିଲା ଖାଦ୍ୟ ଷ୍ଟାଡିୟମ ଭିତରକୁ ନନେବାକୁ ବାରଣ କରାଯାଇଛି। ସମସ୍ତ ପ୍ରବେଶ ପଥରେ ଏନେଇ କଡ଼ା ଯାଞ୍ଚ କରାଯିବ। ଯାଞ୍ଚ ପରେ ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ଛଡ଼ାଯିବ। ପାର୍କିଂ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବା। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନଙ୍କ ସୁରକ୍ଷାକୁ ଏଥିରେ ପ୍ରାଥମିକତା ଦିଆଯାଇଛି।

ଏହି ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ। କାରଣ ଦୁଇ ଦଳ ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଦୁଇଟି ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି। ଏହି ଯେଉଁ ଦଳ ଜିତିବ ସେ ସିରିଜ ବିଜୟ କରିବ।

Comment