ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଷ୍ଟାଡିୟମରେ ଚାଲିଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ। ଏହି ମ୍ୟାଚ ଦେଖିବା ପାଇଁ ଟିକେଟ୍‌ ପାଇ ନଥିବା ଦର୍ଶକମାନେ ବାହାରେ ଫ୍ୟାନ୍‌ କ୍ଲବର ମଜା ନେଉଛନ୍ତି। ଷ୍ଟାଡିୟମ ବାହାରେ ଲାଗିଥିବା ବଡ଼ ଏଲ୍‌ଇଡି ପରଦାରେ ଏହି ମ୍ୟାଚକୁ ଉପଭୋଗ କରୁଛନ୍ତି ଲୋକ। ଅନେକ ସଂଖ୍ୟାରେ ଦର୍ଶକ ସେଠାରେ ମ୍ୟାଚ ଦେଖୁ ଥିବାର ନଜର ଆସିଛି।

ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ ସରିଯିବା ପରେ ଫ୍ୟାନମାନେ କାଉଣ୍ଟରରୁ ଅଫଲାଇନ୍‌ ଟିକେଟକୁ ଭରସା କରି ରହିଥିଲେ। ମାତ୍ର କାଉଣ୍ଟରରେ ୧୦ ହଜାର ଟିକେଟ ଥିବା ବେଳେ ୫୦ ହଜାର ଲୋକ ଟିକେଟ ପାଇଁ ଆସିଥିଲେ। ଫଳରେ ଅନେକ ଦର୍ଶକ ନିରାଶ ହୋଇ ଫେରି ଯାଇଥିଲେ।

ହେଲେ ଏଥର ଓସିଏ ତରଫରୁ ଷ୍ଟାଡିୟମ ବାହାରେ ଫ୍ୟାନ କ୍ଲବର ବ୍ୟବସ୍ଥା କରାଯାଇଛି। ଫଳରେ ଟିକେଟ ପାଇନଥିବା ଦର୍ଶକମାନେ ଏଠାରେ ବସି ମ୍ୟାଚର ମଜା ନେଇ ପାରିବେ।

Comment