ଓଡ଼ିଶାଲାଇଭ୍‌ ବ୍ୟୁରୋ

୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ୭୪ ବର୍ଷୀୟ ଅଭିନେତ୍ରୀ ସୁରେଖା ସିକରୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଫିଲ୍ମ ‘ବଧାଇ ହୋ’ରେ ଜେଜେ ମା’ ଚରିତ୍ରରେ ଦମଦାର ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ହ୍ୱିଲ ଚେୟାରରେ ପହଞ୍ଚିଥିବା ସୁରେଖାଙ୍କୁ ସମସ୍ତେ ଛିଡ଼ା ହୋଇ ସମ୍ମାନିତ କରିବା ସହ ତାଙ୍କୁ ପୁରସ୍କୃତ କରାଯାଇଛି।

ସୁରେଖା ହିନ୍ଦୀ ଫିଲ୍ମ ଜଗତର ଜଣେ ବରିଷ୍ଠ ଅଭିନେତ୍ରୀ। ଫିଲ୍ମରେ ଦମଦାର ଅଭିନୟ ପାଇଁ ସେ ୩ଥର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଛନ୍ତି। ବଧାଇ ହୋ ପୂର୍ବରୁ ୧୯୮୮ରେ ଫିଲ୍ମ ତମସ୍‌ ଓ ୧୯୯୫ରେ ମମୋ ପାଇଁ ସମ୍ମାନିତ ହୋଇଥିଲେ। କେବଳ ଫିଲ୍ମ ପାଇଁ ନୁହେଁ ବିଭିନ୍ନ ଧାରାବାହିକରେ ବି ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି।

ସୋମବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ବଲିଉଡର ଏ ବର୍ଷର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ  ସିନେ ଜଗତ ସହ ଜଡ଼ିତ ଅନେକ କଳାକର ଯୋଗ ଦେଇଥିଲେ। ଅନ୍ଧାଧୁନ୍‌କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ୍‌ ଖୁରାନା ଓ ବିକି କୌଶଳଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

Comment