ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଧୁକ ଛାଡ଼ି ୨୫୦ରୁ ଅଧିକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଗ୍ରାମରେ। ଯେଉଁ ଲୋକମାନେ ଦିନେ ମାଓବାଦୀ ସଙ୍ଗଠନ ସହ ମିଶି ପୋଲିସ ବିରୋଧରେ କାମ କରୁଥିଲେ, ଏବେ ପୋଲିସ ସହ ହାତ ମିଳାଇଛନ୍ତି।
ଏହି ଲୋକେମାନେ ଆତ୍ମସମର୍ପଣ କରିବା ପରେ ପୋଲିସ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ୍ ବଣ୍ଟନ କରିଛି। ଏହାସହ ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳବାସୀ ମୌଳିକ ସୁବିଧା ପାଇପାରିବେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ମାଥିଲି ପୋଲିସ ଆଶା ରଖିଛି।

















