ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଚଳିତବର୍ଷ ମେ ମାସରେ ଚୀନ୍‌ ଲଞ୍ଚ୍‌ କରିଥିଲା Vivo S1 Pro ସ୍ମାର୍ଟଫୋନ୍‌। ବର୍ତ୍ତମାନ ଏହାକୁ ଭାରତୀୟ ବଜାରରେ ଛାଡ଼ିବା ପାଇଁ କମ୍ପାନି ପ୍ରସ୍ତୁତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଜାନୁଆରି ମାସରେ ଭାରତରେ Vivo S1 Pro ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇପାରେ। ତେବେ ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ଏହାର ଲଞ୍ଚିଂ ତାରିଖ ଘୋଷଣା କରାଯାଇନାହିଁ।

Vivo S1 Pro ସ୍ମାର୍ଟଫୋନ୍‌ ହେଉଛି Vivo S1ର ଅପଗ୍ରେଡ୍‌ ଭର୍ସନ। ଚଳିତବର୍ଷ ଅଗଷ୍ଟ ମାସରେ ଭାରତରେ Vivo S1 ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଥିଲା। ଏଥିରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍‌ ସେନ୍ସର ସହ ଟ୍ରିପଲ ରିଅର କ୍ୟାମେରା ଦିଆଯାଇଥିଲା। ଏଥିରେ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା ମଧ୍ୟ ରହିଥିଲା। ତେବେ ଲଞ୍ଚ୍‌ ହେବାକୁ ଥିବା Vivo S1 Pro ସ୍ମାର୍ଟଫୋନରେ ମଧ୍ୟ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା ରହିବ।

Vivo S1 Proର ସ୍ପେସିଫିକେସନ ଦେଖିବାକୁ ଗଲେ, ଏଥିରେ ୬.୩୯ ଇଞ୍ଚ୍‌ର ଫ୍ଲ୍‌ ଏଚ୍‌ଡି ପ୍ଲସ୍‌ ସୁପର ଆମୋଲେଡ୍‌ ଡିସ୍‌ପ୍ଲେ ମିଳିବ। ଏଥିରେ ୮ ଜିବି ରାମ୍‌ ଆଡ୍ରେନୋ ୬୧୨ ଜିପିୟୁ ସହିତ ୨ ଗିଜାହର୍ଜର ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ପ୍ରୋସେସର ଦିଆଯାଇଛି। ଏଥିରେ ୧୨୮ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି, ଯାହାକୁ ମେମୋରୀ କାର୍ଡ ସହ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ।

ଫଟୋଗ୍ରାଫି ପାଇଁ Vivo S1 Pro ସ୍ମାର୍ଟଫୋନରେ ଟ୍ରିପଲ କ୍ୟାମେରା ଦିଆଯାଇଛି। ପ୍ରାଇମେରୀ ୪୮ ମେଗାପିକ୍ସେଲ କ୍ୟାମେରା ସହ ୩୨ ମେଗାପିକ୍ସେଲର ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୩,୭୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

Comment