ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୬୩ ବର୍ଷରେ ବି ବଲିଉଡ ଅଭିନେତା ଅନିଲ କପୁର ଫିଟ୍‌। ଜାଣନ୍ତୁ ତାଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌।

ବଲିଉଡ ଜଗତରେ ଅନିଲ କପୁର ଏମିତି ଜଣେ ଅଭିନେତା ଯିଏକି ବୟସ ବଢ଼ିବା ସହ ଦିନକୁ ଦିନ ଯୁବକ ଭଳି ଦେଖାଯାଉଛନ୍ତି। ଆଜି ଅନିଲ କପୁର ୬୩ ବର୍ଷରେ ପାଦ ଥାପିଛନ୍ତି, ହେଲେ ଏବେ ବି ସେ ୧୬ ବୟସ ଭଳି ଦେଖାଯାଉଛନ୍ତି। ଅନିଲ ନିଜକୁ ଫିଟ୍‌ ରଖିବା ପାଇଁ ବହୁତ କିଛି କରନ୍ତି।

ଅନିଲ କପୁର ସପ୍ତାହକୁ ୬ ଦିନ ବ୍ୟାୟାମ କରନ୍ତି। ପ୍ରତିଦିନ ସେ ଜିମ୍‌ରେ ଦୁଇ ଘଣ୍ଟା ଏକ୍ସରସାଇଜ୍‌ କରନ୍ତି।

ବ୍ୟାୟାମ କରିବା ସହ ଅନିଲ ନିଜ ଲାଇଫ୍‌ଷ୍ଟାଇଲ୍ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥା’ନ୍ତି।

ଏକ ଇଂରାଜୀ ପତ୍ରିକାରେ ଅନିଲ କହିଥିଲେ ଯେ, ସେ ଦକ୍ଷିଣଭାରତୀୟ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ମଜେଦାର କର ଓ ଖୁସିରେ ରୁହ।

ପ୍ରତିଦିନ ଜଳଖିଆରେ ଅନିଲ କପୁର ଓଟ୍ସ, ଅଣ୍ଡା, ଅମ୍‌ଲେଟ୍‌ ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି।

ସେ ପ୍ରତିଦିନ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment