ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁର ଘରୋଇକରଣ କରାଯାଇଛି। ଦୀର୍ଘ ୨୫ବର୍ଷ ପାଇଁ ସେସୁକୁ ଟାଟା ପାୱାର କମ୍ପାନିକୁ ଲିଜରେ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ସଂସ୍ଥା(ଓଇଆରସି)ତରଫରୁ ଏନେଇ ସୂଚନା ମିଳିଛି। ଏଥର ରାଜ୍ୟ ସରକାର ଓ ଟାଟା ପାୱାରର ମିଳିତ ଉଦ୍ୟମରେ ସେସୁ କାର୍ଯ୍ୟ କରିବ । ଏଥିରେ ଟାଟା ପାୱାରର ୫୧ପ୍ରତିଶତ ଅଂଶଧନ ରହିବା ସହ ରାଜ୍ୟ ସରକାରଙ୍କ ୪୯ପ୍ରତିଶତ ଅଂଶଧନ ରହିବ। ଦିଲ୍ଲୀରେ ଯେଉଁଭଳି ଭାବରେ ଟାଟା ପାୱାର କାମ କରୁଛି ସେହିଭଳି ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ଏହି ବ୍ୟବସ୍ଥା ଫଳରେ ଏଣିକି ଟାଟା ପାୱାର ଉପକୂଳ ରାଜ୍ୟର ୯ଟି ଜିଲ୍ଲାରେ ବିଜୁଳି ସେବା ଯୋଗାଇବ। ଭୁବନେଶ୍ୱର-୧ଓ ୨ ବିଦ୍ୟୁତ ସର୍କଲ ସହ କଟକ, ପାରାଦୀପ ଓ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟୁତ ସର୍କଲର କଥା ବୁଝିବ ଟାଟା ପାୱାର।ଗତକିଛି ବର୍ଷ ଧରି ସେସୁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ତେଣୁ ରାଜ୍ୟ ସରକାର ଏହାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଏଥିପାଇଁ ପୂର୍ବରୁ ଅନେକ ଥର ବିଡ୍ ପାଇଁ ଆହ୍ୱାନ କରାଯାଇଥିଲେ ମଧ୍ୟ କୌଣସି କମ୍ପାନି ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ। ତେବେ ଏବେ ଏହାକୁ ଟାଟା ପାୱାର ନେବାକୁ ଇଚ୍ଛା କରିଛି।

LEAVE A REPLY

Please enter your comment!
Please enter your name here