ଓଡ଼ିଶାଲାଇଭ ବ୍ୟୁରୋ

କମ୍‌ ଦିନରେ ବଲିଉଡରେ ଢେର୍‌ ନାଁ କମାଇଥିଲେ ଅଭିନେତ୍ରୀ ଜାୟରା ଓ୍ୱାସୀମ। ଅଚାନକ ଅଭିନୟରୁ ସନ୍ନ୍ୟାସ ନେବାକୁ ନେଇଥିଲେ ନିଷ୍ପତ୍ତି। ଏହା ପଛରେ କ’ଣ ଥିଲା କାରଣ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

କାଶ୍ମୀର ଅଭିନେତ୍ରୀ ତଥା ନ୍ୟାସନାଲ ଆଓ୍ୱାର୍ଡ ବିଜୟିନୀ ଜାୟରା ଓ୍ୱାସୀମ ବଲିଉଡର ଜଣେ ଜଣାଶୁଣା ନାଁ, ହେଲେ ୨୦୧୯ରେ ସେ ଫିଲ୍ମ ଦୁନିଆରୁ ଅର୍ଥାତ ବଲିଉଡରୁ ସନ୍ନ୍ୟାସ ନେଇଥିଲେ। ଜାୟରା ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ। ଜାୟରାଙ୍କ ଏଭଳି ନିଷ୍ପତ୍ତି ବଲିଉଡ ଷ୍ଟାରଙ୍କ ସମେତ ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରି ବଲିଉଡ ଛାଡ଼ିବାକୁ କହିଥିଲେ। ତାଙ୍କର ଏହି ପୋଷ୍ଟ ଫ୍ୟାନମାନଙ୍କୁ ଝଟକା ଦେଇଥିଲା। ୫ ବର୍ଷ ପୂର୍ବେ ବଲିଉଡରେ ପାଦ ରଖିବା ପରେ କେମିତି ତାଙ୍କ ଜୀବନ ବଦଳି ଯାଇଛି ସେ ସଂପର୍କରେ ଜାୟରା ଏହି ପୋଷ୍ଟରେ ଲେଖିଥିଲେ।

‘‘ବଲିଉଡରେ ମତେ ଯେଉଁ ପରିଚୟ ମିଳିଛି ସେଥିରେ ମୁଁ ବହୁତ ଖୁସି। ଫିଲ୍ମରେ କାମ କରିବା ପରେ ଦର୍ଶକ ଢ଼େର ଭଲ ପାଇବା ଦେଇଛନ୍ତି। ହେଲେ ଏସବୁ ମୋ ଧର୍ମ ଇସଲାମଠାରୁ ମତେ ଦୂର କରିଦେଉଛି’’, ଲେଖିଥିଲେ ଜାୟରା।

ଏହି ପ୍ରସଙ୍ଗରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଟୁଇଟ କରି କହିଥିଲେ,‘‘ ଜାୟରା ଫିଲ୍ମ ଦୁନିଆଁ ଛାଡ଼ିବା ସମ୍ପୂର୍ଣ୍ଣ ତାଙ୍କ ବ୍ୟକ୍ତଗତ ନିଷ୍ପତ୍ତି। ତେଣୁ ଏନେଇ ପ୍ରଶ୍ନ ଉଠାଇବା ଠିକ ହେବନି। ନିଜ ନିଷ୍ପତ୍ତି ନିଜେ ନେବାର ଅଧିକାର ଜାୟରାଙ୍କର ଅଛି।’’ ସେହିପରି କିଛି ବ୍ୟକ୍ତି ଜାୟରାଙ୍କୁ ସମର୍ଥନ କରିଥିଲା ବେଳେ କିଛି ବ୍ୟକ୍ତି ତାଙ୍କୁ ଘୋର ବିରୋଧ କରିଥିଲେ।

ଫିଲ୍ମ ‘ଦଙ୍ଗଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଜାୟରା। ଏଥିରେ ସେ ସୁପରଷ୍ଟାର ଅମିର ଖାନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ୨୦୧୬ରେ ରିଲିଜ ହୋଇଥିଲେ। ଏହାପରେ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ରେ ନଜର ଆସିଥିଲେ ଜାୟରା।

ନିକଟରେ ତାଙ୍କର ଆଉ ଏକ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ୍‌ ରିଲିଜ ହୋଇଥିଲା। ଏଥିରେ ସେ ପ୍ରିୟଙ୍କା ଚୋପ୍ରା, ଅଭିନେତା ଅଖତରଙ୍କ ସହ ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here