ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର। ରାତିସାରା ମହାପ୍ରଭୁ ରତ୍ନସିଂହାସନରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

ଗୁରୁବାର ସୂର୍ଯ୍ୟପରାଗ ପାଇଁ ଆଜି ରାତି ୮ଟା ୨୦ରୁ ପାକତ୍ୟାଗ କରାଯିବା ସହ ଅନ୍ନ ଭୋଜନ ଓ ଦେବନୀତି ବନ୍ଦ ରହିବ।

ଗୁରୁବାର ସକାଳ ୮ଟା ୨୦ରେ ସୂର୍ଯ୍ୟପରାଗ ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ସୂର୍ଯ୍ୟପରାଗ ଆରମ୍ଭ ହେବା ମାତ୍ରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବା ସହ ବେଶ, ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ସମେତ ଅନ୍ୟାନ୍ୟ ନୀତି କରାଯିବ।

ଅନ୍ୟପଟେ ନୂଆବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଡ୍‌, ଗହଳି ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

Comment