ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ ହିନ୍ଦୀ ଫିଲ୍ମ ଦୁନିଆରେ ଏକ ନୂଆକଥା ଦେଖିବାକୁ ମିଳିଥିଲା। ୨୦୧୯ରେ ଅଧିକଂଶ ମହିଳା କୈନ୍ଦ୍ରିକ ଫିଲ୍ମ ରିଲିଜ ହୋଇଛି। ଏଥିରେ ଅଭିନେତ୍ରୀମାନେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ ହୋଇଛି।

 ମଣିକର୍ଣ୍ଣିକା

୨୦୧୯, ଜାନୁଆରି ୨୫ରେ ରିଲିଜ ହୋଇଥିଲା ମଣିକର୍ଣ୍ଣିକା। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ବାୟୋପିକ୍‌ ଥିଲା ମଣିକର୍ଣ୍ଣିକା- ଦ କୁଇନ୍‌ ଅଫ୍‌ ଝାନ୍‌ସୀ’। ଜି ଷ୍ଟୁଡିଓସ୍ ସହିତ କମଲ ଜୈନ୍‌ ଓ ନିଶାନ୍ତ ପିଟ୍ଟି ମିଶି ଏହାର ନିର୍ମାଣ କରିଥିଲେ। ୨୦୧୮ରେ ‘ମଣିକର୍ଣ୍ଣିକା’ର ସୁଟିଂ ଆରମ୍ଭ ହେବାମାତ୍ରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବହୁ ବାଦ ବିବାଦ ମଧ୍ୟରେ ଫିଲ୍ମ ରିଲିଜ ହୋଇଥିଲା। ଦର୍ଶକ ଏଥିରେ କଙ୍ଗନାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ।

 ଏକ ଲଡକି କୋ ଦେଖା ତୋ ଐସା ଲଗା

ଏହି ଫିଲ୍ମରେ ପ୍ରଥମ ଥର ଅନିଲ କପୁର ଓ ସୋନମ କପୁରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମରେ ମୁଖ୍ୟ ଚରିତ୍ରରେ ସୋନମ କପୁର, ରାଜ କୁମାର ରାଓ ଥିଲେ। ଏଥିରେ ସୋନମ ଗୁରୁତ୍ୱପୂର୍ଣ୍ଣ ଦାୟିତୱରେ ଥିଲେ।

ବଦଲା

ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଚରିତ୍ରରେ ଥିଲା। ଫିଲ୍ମଟି କମ୍‌ ବଜେଟରେ ହୋଇଥିଲେ ବି ବକ୍ସ ଅଫିସରେ ହିଟ ହୋଇଥିଲା। ଏଥିରେ ତାପସୀଙ୍କ ଦମଦାର ଅଭିନୟ ଥିଲା।

ମିଶନ ମଙ୍ଗଳ

୨୦୧୯ର ସଫଳ ଫିଲ୍ମ ମଧ୍ୟରୁ ମିଶନ ମଙ୍ଗଳ ଗୋଟିଏ। ଏଥିରେ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀଙ୍କ ଭଳି ଅଭିନେତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ବକ୍ସ ଅଫିସରେ ଫିଲ୍ମଟି ହିଟ ପ୍ରମାଣିତ ହୋଇଥିଲା।

 ସଣ୍ଢ କି ଆଖଁ

 ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ସାଣ୍ଡ କି ଆଖଁ’ ୨୦୧୯, ଅକ୍ଟୋବର ୨୫ରେ ରିଲିଜ ହୋଇଥିଲା।  ଏହା ମଧ୍ୟ ଏକ ବାୟୋପିକ ଥିଲା। ଏହି ଫିଲ୍ମର କାହାଣୀ ଉତ୍ତର ପ୍ରଦେଶର ଦୁଇ ଗାଉଁଲି ବୃଦ୍ଧାଙ୍କ ଜୀବୀନକୁ ନେଇ ହୋଇଥିଲା। ଏଥିରେ ତାପସୀ ଓ ଭୂମି ଅଭିନେତ୍ରୀ ସୁଟର ଭାବେ ନଜର ଆସିଥିଲେ। ତୁଷାର ହୀରାନନ୍ଦନୀ ଏଥିରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।

ମର୍ଦ୍ଦାନୀ ୨

ଡିସେମ୍ବର ୨ରେ ରିଲିଜ ହୋଇଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ମର୍ଦ୍ଦାନୀ ୨। ଏଥିରେ ରାଣୀ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି। ରିଲିଜ ହେବା ପରେ ଫିଲ୍ମକୁ ଭଲ ରେସପନ୍ସ ମିଳିଛି।

Comment