ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଜୀବନଶୈଳୀର ସିଧାସଳଖ ପ୍ରଭାବ ଆମ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ପଡ଼ିଥାଏ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ କର୍ମମୟ ଜୀବନ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଉଛି। ଔଷଧ ସମସ୍ତ ସମସ୍ୟାର ସମାଧାନ ନୁହେଁ। ତେବେ ଏହି ବ୍ୟସ୍ତତା ମଧ୍ୟରୁ ବାହାରି ନିଜ ପାଇଁ କିଛି ସମୟ ବାହାରି କଲେ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣିଲେ ଆପଣ ଏକ ସୁସ୍ଥ ଏବଂ ସୁନ୍ଦର ଜୀବନ ଅତିବାହିତ କରିପାରିବେ। ଚାଲନ୍ତୁ ଜାଣିବା ଏନେଇ କ’ଣ ପରାମର୍ଶ ଦିଅନ୍ତି ଡାକ୍ତର।

ପ୍ରଚୁର ପାଣି ପିଅନ୍ତୁ

ଶରୀରରେ ଜଳୀୟ ଅଂଶ କମ୍‌ ଥିଲେ, ଏହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ଵଚା ଓ କେଶ ଉପରେ ବି ଖରାପ ପ୍ରଭାବ ପଡ଼ିଥାଏ।

ମଣିଷ ଶରୀରରେ ୯୭ ପ୍ରତିଶତ ଜଳ ଥାଏ। ବୟସ ବଢ଼ିଲେ ଏହା କମି ୭୫ ପ୍ରତିଶତ ହୋଇଥାଏ। ଆମ ମସ୍ତିଷ୍କର ଅଧିକାଂଶ ଭାଗ ତଥା ଦାନ୍ତରେ ମଧ୍ୟ ୧୦ ପ୍ରତିଶତ ଜଳଭାଗ ଥାଏ।

ଗବେଷଣାରୁ ଜଣାଯାଏ ଯେ, ଶରୀରରେ ମାତ୍ର ୨ ପ୍ରତିଶତ ଜଳୀୟଅଂଶ କମିଗଲେ ଏହା ଶରୀରରେ ଶକ୍ତି କମ୍ କରିଦେଇଥାଏ। ତେଣୁ ଶୋଷ ହେବା ଯାଏଁ ଅପେକ୍ଷା ନ କରି ଆଗରୁ ଯଥେଷ୍ଟ ପରିମାଣରେ ପାଣି ପିଇବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦିଅନ୍ତି।

ଶରୀରକୁ ଭରପୂର ନିଦ୍ରା ଆବଶ୍ୟକ

ଶରୀର ପାଇଁ ଖାଦ୍ୟ ଯେତିକି ଜରୁରୀ ନିଦ୍ରା ବି ସେତିକି ଜରୁରୀ। ଶରୀରକୁ ଉଚିତ୍‌ ପରିମାଣର ନିଦ୍ରା ନ ହେଲେ ଶରୀର ଅସୁସ୍ଥ ହୋଇଯାଏ। ପ୍ରତିଦିନ ୭ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦିଅନ୍ତି।

ସଠିକ୍ ସମୟରେ ସଠିକ୍ ଖାଦ୍ୟ

ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ମିଳିବା ନିହାତି ଆବଶ୍ୟକ। ଏହା ଆପଣଙ୍କ ଶରୀରକୁ ଶକ୍ତି ଦେଇଥାଏ। ଗୋଟିଏ ଦିନରେ ଜଣେ ପୁରୁଷ ୨୫୦୦ କ୍ୟାଲୋରୀ ଆବଶ୍ୟକ କରୁଥିବା ବେଳେ ଜଣେ ମହିଳା ୨,୦୦୦ କ୍ୟାଲୋରୀ ଆବଶ୍ୟକ କରିଥା’ନ୍ତି।

ବଢ଼ୁଥିବା ଓଜନ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ଲୋକମାନେ ଅସ୍ଵାସ୍ଥ୍ୟକର ଖାଦ୍ୟ ଯଥା ଫାଷ୍ଟଫୁଡ୍ ଆଦି ଅଧିକ ପରିମାଣରେ ଗ୍ରହଣ କରୁଥିବାରୁ ଅଧିକାଂଶଙ୍କ ଶରୀରରେ ମେଦ ବହୁଳତା ଦେଖାଦେଉଛି। ତେଣୁ ନିଜ ନିତିଦିନିଆ ଖାଦ୍ୟରେ ଆବଶ୍ୟକୀୟ ପରିମାଣରେ ପୋଷକଦ୍ରବ୍ୟ ତଥା ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। କାରଣ ଶରୀରର ଓଜନ ବଢ଼ିଲେ ଏହା ମଧୁମେହ, କ୍ୟାନ୍‌ସର, ହୃଦଘାତ ତଥା ଷ୍ଟ୍ରୋକ୍ ଭଳି ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ।

ଅଧିକ ଚଲାବୁଲା କରନ୍ତୁ

ଏକ ସୁସ୍ଥ ଜୀବନ ପାଇଁ ଡାକ୍ତରମାନେ ଚଲାବୁଲା କରିବାକୁ ପରାମର୍ଶ ଦିଅନ୍ତି। ଅଧିକ ସମୟ ଜିମରେ ଅତିବାହିତ କଲେ ଯେ, ଶରୀର ସୁସ୍ଥ ଏବଂ ଓଜନ ନିୟନ୍ତ୍ରଣ ରହେ ତାହା ନୁହେଁ। ଦିନସାରା ଆକ୍ଟିଭ୍ ରହିବା ପାଇଁ ସବୁଦିନ କିଛି ସମୟ ସାଇକ୍ଲିଂ କରିବା ସହ ଦୌଡ଼, ନାଚ ତଥା ବଗିଚାରେ କାମ କରିବାକୁ ଡାକ୍ତର ପରାମର୍ଶ ଦେଇଥା’ନ୍ତି।

ଧୂମପାନଠାରୁ ଦୂରେଇ ରୁହନ୍ତୁ

ଏକ ସ୍ଵାସ୍ଥ୍ୟକର ଜୀବନ ପାଇଁ ଧୂମପାନଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି ଡାକ୍ତର। ଗବେଷଣାରୁ ଜଣାଯାଏ, ଧୂମପାନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଲୋକ ଧୂମପାନ ଜନିତ ରୋଗରେ ପ୍ରାଣ ହରାଇଥା’ନ୍ତି ଏବଂ ଏମାନଙ୍କ ଆୟୁଷ ସାଧାରଣ ଲୋକଙ୍କଠାରୁ ୧୦ ବର୍ଷ କମ୍ ହୋଇଥାଏ। ୪୫ ବର୍ଷ ବୟସ ପୂର୍ବରୁ ଯଦି ଆପଣ ଧୂମପାନ କରିବା ବନ୍ଦ କରିଦେଲେ ତେବେ ଆପଣ ସାଧାରଣ ଲୋକଙ୍କ ଭଳି ମଧ୍ୟ ଏକ ସୁସ୍ଥ ଜୀବନ ବିତେଇ ପାରିବେ।

ନିଜକୁ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ

ଆମ ଶରୀରକୁ ଅନେକ ପରିମାଣରେ ପ୍ରଭାବିତ କରିଥାଏ ମାନସିକ ଚିନ୍ତା। ଅଧିକ ସମୟରେ ମାନସିକ ଚିନ୍ତାରେ ରହିଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଏଥିପାଇଁ ଆପଣ ଯୋଗ, ମେଡିଟେସନ୍‌ କରିପାରିବେ। ନିଜକୁ ଚିନ୍ତାମୁକ୍ତ କରିବାକୁ ଚେଷ୍ଟା କରନ୍ତୁ।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment