ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା-ଉତ୍ତରାଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚରେ ଓଡ଼ିଶାର ଚମତ୍କାର ପ୍ରଦର୍ଶନ। ଓଡ଼ିଶାର ପେସ ବୋଲର ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଉତ୍ତରାଖଣ୍ଡ ଦଳ। ଉତ୍ତରାଖଣ୍ଡ ପ୍ରଥମ ଇଂନିସରେ ୪୮ ଓଭର ଖେଳି ୧୧୭ ରନ୍ରେ ଅଲଆଉଟ୍ ହୋଇଛି।
ଏହି ମ୍ୟାଚରେ ଓଡ଼ିଶା ଟସ୍ ଜିତି ଉତ୍ତରାଖଣ୍ଡକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରାଖଣ୍ଡ ଦଳ କିନ୍ତୁ ଭଲ ଆରମ୍ଭ କରି ପାରିନଥିଲା। ଦଳୀୟ ସ୍କୋର ୧୬ ହୋଇଥିବା ବେଳେ ଉନ୍ମୁକ୍ତ ଚାନ୍ଦ ପ୍ରଥମେ ଆଉଟ ହୋଇଯାଇଥିଲେ। ପରେ କୌଣସି ବି ବ୍ୟାଟ୍ସମ୍ୟାନ ପଡ଼ିଆରେ ତିଷ୍ଠି ପାରିନଥିଲେ। ଫଳରେ ଦଳ ୧୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲେ।
ବର୍ତ୍ତମାନ ଓଡ଼ିଶା ତାର ପ୍ରଥମ ଇଂନିସ ଆରମ୍ଭ କରିଛି। ଦଳ ୨୨ ଓଭରରେ ୩ ଓ୍ଵିକେଟ ହରାଇ ୫୧ ରନ୍ କରିଛି। ଦଳ ପକ୍ଷରୁ ସାନ୍ତନୁ ମିଶ୍ର ୧୧ ଓ ବିପ୍ଲବ ସାମନ୍ତରାୟ ୪ ରନ୍ରେ ବ୍ୟାଟିଂ କରୁଛନ୍ତି।


















