ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ପଲ୍ଲିଶ୍ରୀ ମେଳାରେ ଲୋକାର୍ପିତ ହେଲା କବି ଦୀପକ ବୋଷଙ୍କ ଗ୍ରନ୍ଥ ‘କହି ଜାଣିଲେ କଥା ସୁନ୍ଦର’।

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ବାର୍ଷିକ ପଲ୍ଲିଶ୍ରୀ ମେଳା ‘ଏକ୍ସପୋ’ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆରମ୍ଭ ହୋଇଯାଇଛି। ଗୁରୁବାର ଏକ୍ସପୋର ତୃତୀୟ ସନ୍ଧ୍ୟାରେ ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ଷ୍ଟଲରେ ଲୋକାର୍ପିତ ହୋଇଯାଇଛି କବି ଦୀପକ ବୋଷଙ୍କ ଗ୍ରନ୍ଥ ‘କହି ଜାଣିଲେ କଥା ସୁନ୍ଦର'(ବକ୍ତୃତା ଦେବାର କଳା କୌଶଳ)।

ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କର ସଭାପତିତ୍ୱରେ ଏହି ଗ୍ରନ୍ଥଟିକୁ ‘ରେବତୀ’ର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା, କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରତିନିଧି କବି ବିମଳ ଜେନା ଏବଂ ‘ସମାଜ’ର ବରିଷ୍ଠ ସାମ୍ବାଦିକ କୁଳମଣି ବାରିକ ମିଳିତ ଭାବେ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ, “ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଭବିଷ୍ୟତରେ ଭଲ ଭାଷଣ ଦେବାର ଗୌରବ ଅର୍ଜ୍ଜନ କରିଥାନ୍ତି। ଛାତ୍ରଛାତ୍ରୀମାନଙ୍କୁ ବକ୍ତୃତା କଳା ସମ୍ପର୍କରେ ଶିକ୍ଷାଦାନ କରିବା ପାଇଁ ତଥା ବକ୍ତୃତା ଦେବାର କଳା ଓ କୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ଦୀପକ ବୋଷଙ୍କ ରଚିତ ଏହି ଗ୍ରନ୍ଥଟି ସହାୟକ ହେବ।”

ବିଶିଷ୍ଟ ସମାଲୋଚକ ତଥା କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ବହିଟିକୁ ଆଲୋଚନା କରି ଏଥିରେ ଥିବା ବୈଶିଷ୍ଟ୍ୟାବଳୀର ଚର୍ଚ୍ଚା କରିଥିଲେ। ସାଧାରଣ ସଂପାଦକ ଗାଳ୍ପିକ ନିବାରଣ ଜେନା ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ଚାଟାର୍ଜୀ, କଲ୍ୟାଣୀ ନନ୍ଦ, ବିଦ୍ୟାଧର ସାହୁ, ବିଦ୍ୟାଧର ସେଠୀ, ସୁପ୍ରିୟା ବୋଷ୍, ଟୁପୁର୍, ପୁରୁଷୋତ୍ତମ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment