ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ଓପୋ ଏହାର ଦୁଇଟି ମିଡ୍‌ରେଞ୍ଜ୍‌ 5G ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଦେଇଛି। ଏହାର ନାଁ ହେଲା Oppo Reno 3 ଏବଂ Reno 3 Pro। ଏଥିରେ 5G କନେକ୍ଟିଭିଟି ସହ ଆଣ୍ଡ୍ରଏଡ୍‌ ୧୦ ଯୁକ୍ତ କଲରଓଏସ୍‌ ୭ ଅପରେଟିଂ ସିଷ୍ଟମ ରହିଛି। ଗୁରୁବାର ଚୀନ୍‌ରେ ଏହି ଦୁଇଟି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଛି।

କମ୍ପାନି ଏହି ସ୍ମାର୍ଟଫୋନ୍‌ର ଦୁଇଟି ଲେଖାଏଁ ଭାରିଏଣ୍ଟ ଲଞ୍ଚ୍‌ କରିଛି। ଓପୋ ରେନୋ-୩ର 8GB+128GB ଭାରିଏଣ୍ଟର ମୂଲ୍ୟ ୩୪,୬୦୦ ଟଙ୍କା ଥିବା ବେଳେ 12GB+128GB ଭାରିଏଣ୍ଟର ମୂଲ୍ୟ ୩୭,୬୦୦ ଟଙ୍କା ରହିଛି। ସେହିପରି ରେନୋ ୩ ପ୍ରୋ ସ୍ମାର୍ଟଫୋନ୍‌ର 8GB+128GB ଭାରିଏଣ୍ଟର ମୂଲ୍ୟ ୪୦,୬୦୦ ଟଙ୍କା ଏବଂ 12GB+256GB ଭାରିଏଣ୍ଟର ମୂଲ୍ୟ ୪୫,୬୦୦ ଟଙ୍କା ରହିଛି।

ଦୁଇଟି ଯାକ ଭାରିଏଣ୍ଟରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଓପୋରେନୋ-୩ ସ୍ମାର୍ଟଫୋନ୍‌ର ରିଅରରେ ୬୪ ମେଗାପିକ୍ସେଲ କ୍ୟାମେରା ଦିଆଯାଇଥିବା ବେଳେ ଫ୍ରଣ୍ଟ୍‌ରେ ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି। ସେହିପରି ଓପୋ ରେନୋ-୩ ପ୍ରୋ ସ୍ମାର୍ଟଫୋନ୍‌ର ରିଅରରେ ୪୮ ମେଗାପିକ୍ସେଲ ସୋନି କ୍ୟାମେରା ଏବଂ ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି।

ଅନ୍ୟପକ୍ଷରେ ଓପୋ ରେନୋ-୩ ପ୍ରୋ ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୬୫ଜି ପ୍ରୋସେସର ଦିଆଯାଇଥିବା ବେଳେ ଓପୋ ରେନୋ-୩ରେ ମିଡିଆ ଟେକ୍‌ ଡାଇମନସିଟି ୧୦୦୦ଏଲ୍‌ ପ୍ରୋସେସର ରହିଛି। ଉଭୟ ସ୍ମାର୍ଟଫୋନ୍‌ରେ 5G କନେକ୍ଟିଭିଟି ସହିତ ଆଣ୍ଡ୍ରଏଡ୍‌ ୧୦ ଅପରେଟିଂ ସିଷ୍ଟମ ଦିଆଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment