ଓଡ଼ିଶାଲାଇଭ୍ ବ୍ୟୁରୋ

ସୂର୍ଯ୍ୟପରାଗ ଲାଗି ଗତ ରାତିରେ ଉଜାଗର ଥିଲେ ମହାପ୍ରଭୁ। ପରାଗ ଛାଡ଼ିବା ପରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କୁ ୧୬ ଗରା ପାଣିରେ ମହାସ୍ନାନ କରାଯାଇ ଖଇକୋରା ଭୋଗ ଲାଗି ହୋଇଛି।

ସୂର୍ଯ୍ୟପରାଗ ପୂର୍ବରୁ ରାତି ସାରା ଖୋଲା ରହିଥିଲା ଶ୍ରୀମନ୍ଦିର। ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ଭକ୍ତ। ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଥିଲା। ୮ଟା ୨୦ ସୁଦ୍ଧା ସଧ୍ୟାଂଧୂପ, ତଡ଼ପଲାଗି ଶେଷ ହେବା ପରେ ବାକି ସମସ୍ତ ନୀତି ବନ୍ଦ ରହିଥିଲା।

ବହୁସଂଖ୍ୟରେ ଭକ୍ତ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି।

ପ୍ରତିଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ପରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟପରାଗ ଯୋଗୁଁ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହୋଇ ନଥିଲା କି ପହୁଡ଼ ନୀତି ଅନୁଷ୍ଠିତ ହୋଇପାରିନି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment