ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର: କୋଷାଗୁମୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଗିରଫ ଦାବିରେ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କ ଡାକରାରେ ଜିଲ୍ଲା କଂଗ୍ରେସ ତରଫରୁ ବନ୍ଦ ଡାକରା ଦିଆଯାଇଛି।

ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ କରିବା ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ସହରର ଦୋକାନ ବଜାର ସବୁ ବନ୍ଦ ରହିଛି।

ତୁରନ୍ତ ପୋଲିସ ଘଟଣାର ପର୍ଦ୍ଦାଫାସ ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି ।

ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀ ଏବେ ବି ଖୁଲମଖୁଲା ବୁଲୁଛନ୍ତି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୋଲିସ ପହଞ୍ଚି ପାରିନାହିଁ, ଏଣୁ ଏହାକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଥିବା କହିଛନ୍ତି କଂଗ୍ରେସ ନେତା।

Comment