ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ ମସିହାର ପ୍ରଥମ ବିଧାନସଭା ଅଧିବେଶନ ଫେବ୍ରୁଆରି ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏହା ବର୍ଷର ପ୍ରଥମ ଅଧିବେଶନ ଏବଂ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଅଧିବେଶନ ପ୍ରାରମ୍ଭରେ ଅଭିଭାଷଣ ପ୍ରଦାନ କରିବେ।

ଏହି ଅଧିବେଶନରେ ରାଜ୍ୟପାଳ ରାଜ୍ୟସରକାରଙ୍କ ପୂର୍ବ ବର୍ଷର ସଫଳତା ଓ ଆଗାମୀ ବର୍ଷର ଲକ୍ଷ୍ୟ ବିଷୟରେ କହିବେ।

ଗତବର୍ଷର ସଫଳତା ଏବଂ ଆଗାମୀ ବର୍ଷ ପାଇଁ ଥିବା ଆଭିମୁଖ୍ୟ ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଜାନୁଆରି ୬, ୨୦୨୦ ସୁଦ୍ଧା ସମସ୍ତ ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ପ୍ରମୁଖ ସଚିବ କହିଛନ୍ତି।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment