ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ।

ଏହି ଟଙ୍କାରେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ, ଏକାମ୍ର ପ୍ରକାଶନୀ ପାଇଁ ନୂଆ କୋଠା ନିର୍ମାଣ ହେବ। ଏହାସହ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟର ପାଇଁ ମଧ୍ୟ କୋଠା ନିର୍ମାଣ ହେବ। ଏକ ୱାଚ ଟାୱାର ମଧ୍ୟ ନିର୍ମାଣ ହେବ।

ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବେଆଇନ୍‌ ନିର୍ମାଣ ଉଚ୍ଛେଦ କରୁଛନ୍ତି। ଏହାକୁ ନେଇ ବିରୋଧ ହେବା ପରେ ରାଜ୍ୟ ସରକାର ଗତ ୧୨ ତାରିଖରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ।

ଏବେ ପୁରୁଣା ଭଜନ ମଣ୍ଡପ ଭାଙ୍ଗିବା ପାଇଁ ପ୍ରଶାସନ ସଜବାଜ ହେଉଛି। ଏଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଉ ୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

Comment