ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୨୦ରେ ବଲିଉଡରେ ଅଭିନେତ୍ରୀ ରାଜ କରିବେ। ଏହି ବର୍ଷ କେତୋଟି ବାୟୋପିକ ରିଲିଜ ହେବ, ଯାହାର କେନ୍ଦ୍ର ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ। ଆସନ୍ତୁ ଜାଣିବା ସେମିତି କିଛି ଫିଲ୍ମ ବିଷୟରେ…

ଛପାକ

ମେଘନା ଗୁଲଜରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଦୀପିକା। ଜାନୁଆରି ୨୦ରେ ଏହି ଫିଲ୍ମ ରିଲିଜ ହେବ। ଏସିଡ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ସଂଘର୍ଷମୟ କାହାଣୀକୁ ନେଇ ଏହି ଫିଲ୍ମ ହୋଇଛି।

ଗୁଞ୍ଜନ ସକ୍‌ସେନା- ଦ କାର୍ଗିଲ ଗାର୍ଲ

କାରଗିଲ ଯୁଦ୍ଦ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନୀକୁ ନେଇ ଆସିବାକୁ ଯାଉଛି ଏକ ଫିଲ୍ମ। ଏଥିରେ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ।

ଥଲାଇଭି

୨୦୨୦ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟାଲଳିତାଙ୍କ ବାୟୋପିକ ଥାଲାଇଭି ଆସିବ। ଏଥିରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଦେଖିବାକୁ ମିଳିବ।

ସେହିପରି ୨୦୨୦ରେ ଆଲିୟା ଭଟ୍ଟଙ୍କ ଗଙ୍ଗବାଇ କାଥିୟାଓ୍ୱାଡି, ବିଦ୍ୟା ବାଲାନଙ୍କ ଶକୁନ୍ତଳା ଦେବୀ ଏବଂ ତାପସୀ ପନ୍ନୁଙ୍କ ଥପ୍ପଡ ରିଲିଜ ହେବ।

Comment