ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଉଣେଇଶି ଆଇନାରେ ଓଲିଉଡ ଜଗତରେ କମାଲ କରିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ ଜାଣନ୍ତୁ, କେମିତି ଥିଲା ଅନୁ ଚୌଧୁରୀଙ୍କ ଏବର୍ଷର ଫିଲ୍ମ ଇତିହାସ।

୨୦୧୯ରେ ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ରୁପେଲି ପରଦାରେ କମାଲ କରିଛନ୍ତି। ଏ ବର୍ଷ ଦର୍ଶକ ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ତିନି ତିନି ଫିଲ୍ମରେ ଦେଖିବାକୁ ପାଇଥିଲେ।

ତୁ ମୋ’ ଲଭ୍‌ ଷ୍ଟୋରି – ୨

ତୁ ମୋ ଲଭ୍‌ ଷ୍ଟୋରି-୨ ହେଉଛି ଏକ ଟିନ୍‌ ଏଜ୍‌ର ଲଭ୍‌ଷ୍ଟୋରି ଫିଲ୍ମ। ଏଥିରେ ଅନୁ ଏକ ରୋମାଣ୍ଟିକ୍‌ ଭୂମିକାରେ ନଜର ଆସିଥିଲେ। ତାପସ ସରଘରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତ, ସ୍ଵରାଜ ଓ ଭୂମିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହି ଫିଲ୍ମରେ ଅନୁ ଚୌଧୁରୀଙ୍କ ଭୂମିକାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

ନାୟକର ନାଁ ଦେବଦାସ

ପ୍ରଖ୍ୟାତ ବଙ୍ଗଳା ଔପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟୟଙ୍କ ଉପନ୍ୟାସ ‘ଦେବଦାସ’ କାହାଣୀ ଅଧାରରେ ନିର୍ମିତ ହୋଇଛି ଫିଲ୍ମ ନାୟକର ନାଁ ଦେବଦାସ। ଏହି କାହାଣୀରେ ଦୁଇ ପ୍ରମୁଖ ଚରିତ୍ର ହେଲେ ପାରୋ ଓ ଚନ୍ଦ୍ରମୁଖୀ। ସେହିପରି ନାୟକର ନାଁ ଦେବଦାସରେ ପାରୋ ଭୂମିକାରେ ଅଭିନୟ କରିଥିଲେ ଭୂମିକା ଦାସ ଏବଂ ଚନ୍ଦ୍ରମୁଖୀ ଚରିତ୍ରରେ ଅଭିନୟ କରିଥିଲେ ଅନୁ ଚୌଧୁରୀ।

ତ୍ରିକୋଣୀୟ ପ୍ରେମ ଉପରେ ଅଧାରିତ ଏହି ଫିଲ୍ମରେ ଅନୁ ସହ ନାୟକ ଅସିତଙ୍କର ରୋମାନ୍ସ ସାଙ୍ଗକୁ ଜବରଦସ୍ତ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି ଶିଶିର ଚନ୍ଦ୍ର ଦାସ ଓ କୀର୍ତ୍ତନ ପଣ୍ଡା। ଆଞ୍ଜେନୟ ମିଡିଆ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।

ଛବିରାଣୀ

୮୦ ଦଶକର ଛାତିଥରା ଘଟଣା ହେଉଛି ଛବିରାଣୀ ହତ୍ୟାକାଣ୍ଡ। ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରେ ଘଟିଥିଲା ଲୋକହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ। ଏହି ଘଟଣା ଉପରେ ନିର୍ମିତ ହୋଇଥିଲା ଫିଲ୍ମ ଛବିରାଣୀ ଦ ଅନ୍‌ଟୋଲ୍ଡ ଷ୍ଟୋରି। ଓଲିଉଡର ପ୍ରଥମ ବାୟୋପିକ କୁହାଯାଉଥିବା ଏହି ଫିଲ୍ମରେ ଅନୁ ଚୌଧୁରୀ ଜଣେ ପୋଲିସଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ।

ଫିଲ୍ମରେ ଅନୁଙ୍କ ଭୂମିକା ବେଶ ଦମଦାର ଥିଲା।

୨୦୧୯ରେ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିବା ଅନୁ ୨୦୨୦ରେ କ’ଣ ଜଲଓ୍ୱା ଦେଖାଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here