ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ଅବକାରୀ ବିଭାଗ ଆସିଷ୍ଟାଣ୍ଟ କମିସନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତାଙ୍କ ନାଁ ଅର୍ଜୁନ କୁମାର ଧଳ। ଭୁବନେଶ୍ଵର ବରମୁଣ୍ଡାସ୍ଥିତ ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରାୟ ୬ ମାସ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। କୌଣସି କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।

Comment