ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ରୂପରେ ଦେଖିବାକୁ ମିଳିଛି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ। ରଜନୀତି ପରେ ଏବେ କଳା ଜଗତକୁ ମନବଳାଇଛନ୍ତି ତାରା। ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବ୍ୟାଙ୍ଗାତ୍ମକ ଗୀତରେ ସେ କଣ୍ଠଦାନ କରିଛନ୍ତି। ଏହି ଗୀତ ଖୁବ୍‌ଶୀଘ୍ର ଆଲବମ୍‌ ଭାବେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି।

ଭୁବନେଶ୍ଵରରେ ଏହି ଗୀତ ରେକର୍ଡିଂ କରାଯାଉଛି। ଏହାକୁ କେ ଓ୍ଵାନ୍‌ ଲାଇଭ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଏହି ଗୀତରେ ତାରାଙ୍କ ସହ ଗାୟିକା ମୋନାଲି କଣ୍ଠଦାନ କରିଛନ୍ତି।

ଏନେଇ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ରାଜନୀତି ଗୋଟେ କଳା। ସେହିପରି ଗୀତ ଗାଇବା ଓ ନାଚିବା ମଧ୍ୟ ଗୋଟେ କଳା। ଯାହା ଦେହରେ ଏହି କଳା ଅଛି ସେ ନିଶ୍ଚିତ ଭାବରେ ଯେକୌଣସିର ପରିସ୍ଥିତିକୁ ସାମ୍ନା କରିପାରିବ। ଏହି ଗୀତ ଗାଇବା ପାଇଁ ମୁଁ ବହୁତ ଉତ୍ସାହିତ ଅଛି।”

Comment