ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵରରେ ଶୋଭାରାମପୁର ନିକଟରେ ନିର୍ମାଣଧୀନ ଓଭରବ୍ରିଜରୁ ଖସିପଡ଼ିଲା ବିମ୍‌। ଦୁଇ ପିଲରକୁ ସଂଯୋଗ କରୁଥିବା ଏକ ବିମ୍‌ ଖସିପଡ଼ିଛି। ବିମ୍‌ଟି ତଳେ ଥିବା ରେଳ ଧାରଣାରେ ଖସିପଡ଼ିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ବିମ୍‌ଟି ଖସିଯିବା ଫଳରେ ରେଳ ଧାରଣାରେ ଥିବା ବିଦ୍ୟୁତ୍‌ ତାରକୁ ମଧ୍ୟ ଛିଣ୍ଡି ଯାଇଛି। ବର୍ତ୍ତମାନ ବାଲେଶ୍ଵର ଦେଇ ଯାଉଥିବା ସମସ୍ତ ରେଳ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ରେଳ କର୍ମଚାରୀ ପହଞ୍ଚି ବିମ୍‌ ହଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

Comment