ଓଡ଼ିଶାଲାଇଭ୍ ବ୍ୟୁରୋ

ଆସାମ ରାଜ୍ୟ ସରକାର ନୂଆବର୍ଷଠାରୁ ବାହାଘରରେ ଝିଅମାନଙ୍କୁ ସୁନା ବାଣ୍ଟିବେ।

ଝିଅ ବାହାଘରରେ ସୁନା ବାଣ୍ଟିବେ ଆସାମ ସରକାର। ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା ଆଧାରରେ ଆସାମ ସରକାର ଝିଅ ବାହାଘରରେ ୧୦ ଗ୍ରାମ ସୁନା ବାଣ୍ଟିବାକୁ ଯାଉଛନ୍ତି।

ଜାନୁଆରି ୧ ତାରିଖରୁ ଆସାମରେ ଯେଉଁ ଝିଅର ବାହାଘର ହେବ ସରକାର ତାଙ୍କୁ ଏହି ୧୦ଗ୍ରାମ ସୁନା ଦେବେ। ଏଥିପାଇଁ ସରକାରଙ୍କ ତରଫରୁ କେତୋଟି ସର୍ତ୍ତ ମଧ୍ୟ ରଖାଯାଇଛି। ଆସାମରେ ଯେଉଁ ଝିଅର ପରିବାର ଆୟ ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍ ହୋଇଥିବ ଏବଂ ସେ ଆଇନ୍ ଅନୁଯାୟୀ ରେଜିଷ୍ଟର ବିବାହ କରିଥିବେ ତେବେ ସରକାର ତାଙ୍କୁ ୧୦ ଗ୍ରାମ ସୁନା ମାଗଣାରେ ଦେବେ।

ସରକାର ସିଧାସଳଖ ଝିଅମାନଙ୍କୁ ଏହି ସୁନା ଦେବେ ନାହିଁ। ଝିଅର ବ୍ୟାଙ୍କ୍ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଆସିବ। ଏହି ଟଙ୍କାରେ ଝିଅ ଜଣକ ସୁନା କିଣି ଏହାର ରସିଦକୁ ସରକାରଙ୍କ ପାଖରେ ଦାଖଲ କରିବ। ଏହି ଟଙ୍କାକୁ ଲୋକମାନେ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ ବୋଲି ଆସାମ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here