ଓଡ଼ିଶାଲାଇଭ୍ ବ୍ୟୁରୋ

madrasa case assam

ଧର୍ମ ଶିକ୍ଷା, ଧର୍ମ ଗ୍ରନ୍ଥ ପଠନ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇବେ ନାହିଁ। ଖୁବ ଶୀଘ୍ର ଆସାମରେ ସରକାରୀ ମଦ୍ରାସା ଓ ସଂସ୍କୃତ ଟୋଲ ବନ୍ଦ ହେବ। ରାଜ୍ୟ ଶିକ୍ଷା ଓ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର ଏହା ଜଣାଇଛନ୍ତି। କାରଣ ସରକାରୀ ଅର୍ଥରେ ଧର୍ମଶିକ୍ଷା ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ତେବେ ବେସରକାରୀ ଭାବେ ଚାଲୁଥିବା ମଦ୍ରାସା ଓ ସଂସ୍କୃତ ଟୋଲ ସମ୍ପର୍କରେ ସରକାରଙ୍କ କିଛି କହିବାର ନାହିଁ। ନିୟମ ଅନୁସାରେ ଚାଲୁଥିଲେ କିଛି ଅସୁବିଧା ନାହିଁ। ମଦ୍ରାସା ବନ୍ଦ ହେବା ପରେ ସେଠାରୁ ଶିକ୍ଷକମାନଙ୍କୁ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରିଦିଆଯିବ।

madrasa case assam 2

ତେବେ ସରକାରଙ୍କ ଏ ଘୋଷଣା ପରେ, ଏଆଇୟୁଡିଏଫ୍ ମୁଖ୍ୟ ବାରୁନ ବାଦ୍ରୁଦିନ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ସେମାନଙ୍କ ସରକାର ଆସିଲେ ପୁଣି ମଦ୍ରାସା ଚାଲୁ କରାଯିବ। ଏହି ୫୦/୬୦ ବର୍ଷର ମଦ୍ରାସାଗୁଡ଼ିକୁ ପୁଣି ଖୋଲାଯିବ, ଯଦି ସରକାର ଏସବୁକୁ ଜବରଦସ୍ତି ବନ୍ଦ କରନ୍ତି।  ଆସାମରେ ୬୧୪ ସରକାରୀ ଅନୁଦାନ ପ୍ରାପ୍ତ ମଦ୍ରାସା ରହିଛି। ସେଥିମଧ୍ୟରୁ ୫୭ଟି କେବଳ ଝିଅଙ୍କ ପାଇଁ ଓ ୩ଟି ପୁଅଙ୍କ ପାଇଁ ଉଦ୍ଦିଷ୍ଟ। ବାକି ୫୫୪ରେ ସହଶିକ୍ଷା ଚାଲିଛି। ସେହିପରି ରାଜ୍ୟରେ ୧୦୦୦ ପାଖାପାଖି ସଂସ୍କୃତ ଟୋଲ୍ ଥିବା ବେଳେ ସେଥିରୁ 100ରୁ ଅଧିକ ସରକାରୀ ଅନୁଦାନରେ ପରିଚାଳିତ। ମଦ୍ରାସାଗୁଡ଼ିକ ପାଇଁ ଆସାମ ସରକାର ୩ରୁ ୪ କୋଟି ଖର୍ଚ୍ଚ କରୁଥିବା ବେଳେ ସଂସ୍କୃତ ଟୋଲ ପାଇଁ ବାର୍ଷିକ କୋଟିଏରୁ ଅଧିକ ଖର୍ଚ୍ଚ ହେଉଛି।

Comment