ଓଡ଼ିଶାଲାଇଭ ବ୍ୟୁରୋ

ଗୃହ ମନ୍ତ୍ରଳାୟ ଦ୍ଵାରା ଆସାମର ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ(ଏନଆରସି)ର ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ୩କୋଟି ୧୧ଲକ୍ଷ ୨୧ ହଜାର ଲୋକ ରହିଥିବା ବେଳେ ୧୯ଲକ୍ଷରୁ ଅଧିକ ଲୋକ ସ୍ଥାନ ପାଇନାହାନ୍ତି। ଅର୍ଥାତ ସେମାନେ ଭାରତୀୟ ନାଗରିକ ନୁହନ୍ତି ବୋଲି ଚିହ୍ନଟ କରାଯାଇଛି। ତେବେ ଏଭଳି ପରିସ୍ଥିତିରେ ୧୯ଲକ୍ଷ ଲୋକଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ହୋଇଯାଇଛି।

ଆସାମରେ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ହେଲେ ସେମାନଙ୍କ ପାଇଁ କିଛି ଭାରତୀୟ ନାଗରିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସେମାନେ କ’ଣ କରିବେ ଏନେଇ ତାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

କ’ଣ କରିବେ ଲିଷ୍ଟରେ ନାଁ ନଥିବା ଲୋକ?

୧- କେନ୍ଦ୍ର ସରକାର ନିର୍ଦ୍ଦେଶ ଅନୁସାରେ ଏନଆରସି ଲିଷ୍ଟରୁ ବାହାରେ ଥିବା ଲୋକଙ୍କୁ ତୁରନ୍ତ ବିଦେଶୀ ଘୋଷଣା କରାଯିବ ନାହିଁ। ସେମାନେ ପୁନର୍ବାର ନାଗରିକ ପାଇଁ ଫରେନ୍ସି ଟ୍ରିବୁନାଲରେ ଅପିଲ କରିପାରିବେ। ଅପିଲ କରିବାର ଅବଧି ୬୦ ଦିନ ବଦଳରେ ୧୨୦ ଦିନ କରାଯାଇଛି।

୨- ଲିଷ୍ଟରୁ ବାହାରେ ଥିବା ଲୋକଙ୍କ ପାଇଁ ଏକ ହଜାର ଟ୍ରିବୁନାଲ ଗଠନ କରାଯିବ। ଏଥିରେ ୧୦୦ଟି ଟ୍ରିବ୍ୟୁନାଲ ବର୍ତ୍ତମାନ ପାଇଁ ତିଆରି ସରିଛି। ଆଉ ୨୦୦ଟି ସେପ୍ଟେମ୍ଵର ମାସରେ ତିଆରି କରାଯିବ।

୩- ଲୋକ ଟ୍ରିବ୍ୟୁନାଲରେ ଅଭିଯୋଗ କରିବାପରେ ଯଦି ହାରି ଯାଆନ୍ତି ତେବେ ତାଙ୍କୁ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟ ଯିବାକୁ ମଧ୍ୟ ତାଙ୍କ ପାଖରେ ସୁଯୋଗ ରହିବ।

୪- ଲିଷ୍ଟରେ ବାହାରେ ଥିବା ଲୋକ କୌଣସି ଚିନ୍ତା ନକରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରବଣାନନ୍ଦ ସୋନଓ୍ଵାଲ କହିଛନ୍ତି। ସେମାନେ ନିଜ ପ୍ରମାଣପତ୍ର ଦେଇ ପୁଣି ଭାରତୀୟ ନାଗରିକ ଲିଷ୍ଟକୁ ଆସି ପାରିବେ।

୫- ଲିଷ୍ଟର ନାମ ନଥିବା ଲୋକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପ୍ରକାର ଆଇନ ସୁବିଧା ଯୋଗାଇ ଦିଆଯିବ। ଏହି ଲୋକଙ୍କୁ ସହାୟତା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସହ କିଛି ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି।

ଆସାମରେ ଏନଆରସି ଲିଷ୍ଟ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କରିଛନ୍ତି। ରାଜ୍ୟରେ ୨୦ ହଜାର ସେନା ମୁତୟନ ସହ ଗୌହାଟୀ ଓ ସୀମାବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଲିଷ୍ଟରେ ନାଁ ନଥିବା ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here