ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ବର୍ତ୍ତମାନ ଯାଏଁ ବହୁ ଗୁଜବ ଶୁଣିବାକୁ ମିଳିଛି। ଏହି ଭୟରେ ଅନେକ ନିଜ ପୋଷା ପଶୁ ପକ୍ଷୀଙ୍କୁ ଛାଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଆସାମ ସରକାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଆସାମରେ ଯଦି କେହି ବ୍ୟକ୍ତି କରୋନା ଭାଇରସ ଭୟରେ ଗୃହପାଳିତ ପଶୁମାନଙ୍କୁ ଛାଡ଼ି ଦିଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଆସାମ ସରକାରଙ୍କ ଏଭଳି ନିର୍ଦ୍ଦେଶ ଦେବା ପଛରେ କାରଣ ହେଉଛି ଲୋକମାନେ ଯେମିତି ଏହି ବିପଦ ସମୟରେ ପଶୁପକ୍ଷୀଙ୍କୁ ଅଣଦେଖା ନକରନ୍ତୁ। ସେମାନଙ୍କର ଯତ୍ନ ନିଅନ୍ତୁ।

କରୋନା ସଂକ୍ରମଣ ମଧ୍ୟରେ ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା କରୋନା ସଂକ୍ରମଣ ହୋଇପାରେ ବୋଲି ପ୍ରଚାର ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦେଶରେ ଏଭଳି ଖବର ଆସିନାହିଁ।

Comment