ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ୍ ମିଡିଆରେ ଲୋକଙ୍କୁ ପ୍ରଶ୍ନ ପଚାରୁଛନ୍ତି ନବୀନ। ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନର ଫଟୋକୁ ନିଜ ଟୁଇଟର ଆକାଉଣ୍ଟରେ ସେଆର କରି ଏହି ସ୍ଥାନର ନାଁ କ’ଣ ବୋଲି ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକମାନେ ମଧ୍ୟ ବେଶ୍ ଉତ୍ସାହର ସହ ନବୀନଙ୍କ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖୁଛନ୍ତି। ଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏଭଳି କିଛି ଦେଖିବାକୁ ମିଳୁଛି।
ଏହି ପବିତ୍ର ପୁଷ୍କରଣୀରୁ ଆମ ଅନନ୍ୟ କଳିଙ୍ଗ କୀର୍ତ୍ତିରାଜି ମନ୍ଦିରର ମନୋରମ ଦୃଶ୍ୟ ଆଶୀର୍ବାଦ ସଦୃଶ୍ୟ। କୁହନ୍ତୁ, ଏହି ପବିତ୍ର ପୁଷ୍କରଣୀର ନାଁ କଣ ?
Panoramic view of the icon of Kalinga Architecture, from the holy pond at the day break is nothing less than pure bliss.
Guess it by 6PM#KnowYourOdisha pic.twitter.com/x8RzigaSpj— Naveen Patnaik (@Naveen_Odisha) December 29, 2019
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ତାଙ୍କ ଟୁଇଟର ଆକାଉଣ୍ଟରେ ଗୋଟିଏ ପୁଷ୍କରଣୀର ଫଟୋକୁ ସେଆର କରିଥିଲେ। ଏହି ପୁଷ୍କରଣୀର ନାଁ କ’ଣ ତାହା ଜଣାଇବାକୁ ନବୀନ ପ୍ରଶ୍ନ କରିଥିଲେ। ଓଡ଼ିଶାର କୀର୍ତ୍ତିରାଜି ସହ ଜଡ଼ିତ ଏହି ପୁଷ୍କରଣୀର ଏକ ସୁନ୍ଦର ଫଟୋକୁ ସେଆର କରି ନବୀନ ଏହି ପ୍ରଶ୍ନ କରିଥିଲେ। ଲୋକମାନେ ମଧ୍ୟ ବେଶ୍ ଉତ୍ସାହର ସହ ଏହି ପୁଷ୍କରଣୀର ନାଁ କହିବାକୁ ଆରମ୍ଭ କରିଥିଲେ।
ଏହାପରେ ନବୀନ ପୁଣିଥରେ ଟୁଇଟ୍ କରି ତାଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ। ନବୀନ ସେଆର କରିଥିବା ଏହି ପୁଷ୍କରଣୀଟି ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଦେବୀ ପାଦହରା ବୋଲି ନବୀନ କହିଥିଲେ। ସୋସିଆଲ୍ ମିଡିଆରେ ନବୀନଙ୍କ ଏଭଳି ପ୍ରଶ୍ନ ଉତ୍ତର ଖେଳକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି।
କିଛି ଦିନ ତଳେ ନବୀନ ଜୟପୁର-ମାଲକାନଗିରି ରୋଡ ଓ ସୋନପୁର-ବୌଦ୍ଧକୁ ସଂଯୋଗ କରୁଥିବା ଦୁଇଟି ଫଟୋକୁ ସେଆର କରିଥିଲେ। ଏହି ଫଟୋରେ ଥିବା ରୋଡକୁ ଚିହ୍ନିବାକୁ ଲୋକଙ୍କୁ କହିଥିଲେ ନବୀନ। ସେଆର କରିବାର କିଛି ସମୟ ପରେ ନବୀନ ନିଜେ ଟୁଇଟ୍ କରି ଏହାର ଉତ୍ତର ମଧ୍ୟ କହିଥିଲେ।


















