ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମେ ପ୍ରେମ ସମ୍ପର୍କ, ପରେ ମିଥ୍ୟା ପ୍ରଲୋଭନ ଦେଖାଇ ରଖିଲେ ଶାରିରୀକ ସମ୍ପର୍କ। ୭ ବର୍ଷ ତଳେ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। ହେଲେ ଗତ ୬ ମାସ ତଳେ ଦ୍ଵିତୀୟ ବିବାହ କରି ଫସିଗଲେ ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ। ପ୍ରଥମ ପତ୍ନୀର ଅଭିଯୋଗ ପରେ ଗିରଫ ହୋଇଛନ୍ତି ପ୍ରତାରକ ସରପଞ୍ଚ।

ସରପଞ୍ଚ ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ମୁଣ୍ଡିପଦରର ଅନ୍ତର୍ଯ୍ୟାମୀ ସାହୁ। ତାଙ୍କୁ ରବିବାର ରାତିରେ ଭୁବନେଶ୍ଵର ଚନ୍ଦ୍ରଶେଖର ପୋଲିସ ଗିରଫ କରିଛି।

ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଅନ୍ତର୍ଯ୍ୟାମୀଙ୍କର ଭୁବନେଶ୍ଵର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କ ସାକ୍ଷାତ ହୋଇଥିଲା। ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ବଢ଼ିଥିଲା। ଏହାପରେ ଦୁହେଁ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ୭ ବର୍ଷ ଏକାଠୀ ମଧ୍ୟ ରହିଥିଲେ। ସଂସାର ଠିକଠାକ ଚାଲିଥିଲା। ହେଲେ ୬ ମାସ ତଳେ ଅନ୍ତର୍ଯ୍ୟାମୀ ଆଉ ଏକ ବିବାହ କରିଥିଲେ। ଏହା ପ୍ରଥମ ପତ୍ନୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।

ତାଙ୍କ ଅଜାଣତରେ ଅନ୍ତର୍ଯ୍ୟାମୀ ଦ୍ଵିତୀୟ ବିବାହ କରିଛନ୍ତି ବୋଲି ତାଙ୍କ ପ୍ରଥମ ପତ୍ନୀ ଅଭିଯୋଗ କରିଛନ୍ତି। ଅନ୍ତର୍ଯ୍ୟାମୀଙ୍କ ଦ୍ଵିତୀୟ ସ୍ତ୍ରୀ ଗାଁରେ ଅଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ବୌଦ୍ଧରୁ ଅନ୍ତର୍ଯ୍ୟାମୀଙ୍କୁ ଗିରଫ କରିଛି।

Comment