ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଭାରତୀୟ କ୍ରିକେଟର କେ ଏଲ୍ ରାହୁଲଙ୍କ ସହ ପୁଣିଥରେ ନଜର ଆସିଲେ ବଲିଉଡ୍ ଅଭିନେତ୍ରୀ ଅଥିୟା ସେଟ୍ଟୀ। ସୋସିଆଲ୍ ମିଡିଆରେ ଏବେ ତାଙ୍କର ଆଉ ଗୋଟିଏ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଗତ ଶନିବାର କେ ଏଲ୍ ରାହୁଲ ଗୋଟିଏ ଫୋନ୍ ବୁଥରେ ଅଥିୟାଙ୍କ ସହ ଛିଡ଼ା ହୋଇଥିବାର ଫଟୋକୁ ସେଆର କରିଥିଲେ। ଏହି ଫଟୋର ସେ ଲେଖିଥିଲେ ‘ହ୍ୟାଲୋ ଦେବୀ ପ୍ରସାଦ…?’, ଯାହାକି ଅଥିୟାଙ୍କ ବାପା ସୁନୀଲ ସେଟ୍ଟୀଙ୍କ ଫିଲ୍ମ ‘ହେରା ଫେରି’ ଏକ ଜଣାଶୁଣା ଡାଏଲଗ।

ରାହୁଲ୍ ଏହି ଫଟୋକୁ ସେଆର କରିବା ପରେ ଏବେ ଖୁବଶୀଘ୍ର ଭାଇରାଲ୍ ହୋଇଯାଇଛି। ଏହି ଫଟୋକୁ ନେଇ ଅନେକ ଲୋକ କମେଣ୍ଟ ମଧ୍ୟ କରିବାକୁ ଆରମ୍ଭ କରିଦେଇଛନ୍ତି। ନିଜେ ସୁନୀଲ ସେଟ୍ଟୀ ମଧ୍ୟ ଏହି ଫଟୋକୁ ଦେଖି ସ୍ମାଇଲ୍ ଇମୋଜି କମେଣ୍ଟ୍ କରିଛନ୍ତି। ତାଙ୍କ ସହ କ୍ରିକେଟର ଶିଖର ଧାୱନ, ବଲିଉଡ୍ ଅଭିନେତା ଅର୍ଜୁନ କପୁର ମଧ୍ୟ ଏହି ଫଟୋରେ କମେଣ୍ଟ୍ କରିଛନ୍ତି।

ବଲିଉଡ୍ ଓ ଭାରତୀୟ କ୍ରିକେଟ ଭିତରେ ରହିଥିବା ସମ୍ପର୍କ ଭିତରେ ଆପଣମାନ ନିଶ୍ଚୟ ଅବଗତ ଥିବେ। ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି କ୍ରିକେଟର ରାହୁଲ ଓ ଅଭିନେତ୍ରୀ ଅଥିୟା ସେଟ୍ଟୀ। କିନ୍ତୁ ଦୁହେଁ ନିଜର ସମ୍ପର୍କକୁ ବନ୍ଧୁତ୍ୱ ବୋଲି କହୁଛନ୍ତି।

Comment