ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଡ଼ରେ ଥରୁଛି ଓଡ଼ିଶା। ଏହି ପାଗରେ ଚା’ ସହ ପକୁଡ଼ି ଖାଇବାର ମଜା ବେଶ୍‌ ଅଲଗା। ଘରେ ହିଁ ପ୍ରସ୍ତୁତ କରନ୍ତୁ ନଡ଼ିଆ ପକୁଡ଼ି। ଜାଣନ୍ତୁ, ଏହାର ପ୍ରସ୍ତୁତି ସମ୍ପର୍କରେ…

 ଆବଶ୍ୟକ ସାମଗ୍ରୀ

ପ୍ରଥମେ ନଡ଼ିଆ କୋରା ସହିତ ଚାଉଳଗୁଣ୍ଡ ଏବଂ ବେସନ ୪ରୁ ୫ ଚାମଚ, ଧଳା ରାଶି ୨ ଚାମଚ, ତେଲ ଓ ସ୍ଵାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ନଡ଼ିଆ କୋରା ସହିତ ଚାଉଳଗୁଣ୍ଡ ଓ ବେସନ, ଧଳା ରାଶି, ସ୍ଵାଦ ଅନୁସାରେ ଲୁଣ ଓ ଅଳ୍ପ ପାଣି ଦେଇ ମିଶାଇଦେବ।

ଏବେ ଗ୍ୟାସ୍‌ରେ ଏକ କଡ଼େଇ ବସାଇ ଛାଣିବା ଭଳି ତେଲ ପକାଇବେ। ତେଲ ଗରମ ହୋଇଗଲେ ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ନଡ଼ିଆକୁ ପକୁଡ଼ି ଆକାର ଦେଇ ଛାଣିବେ। ନଡ଼ିଆ ପକୁଡ଼ି ହାଲ୍‌କା ବାଦାମୀ ରଙ୍ଗର ହୋଇଗଲେ ଛଣା ପକୁଡ଼ିକୁ ଏକ ଟିସ୍ୟୁ ପେପରରେ କାଢ଼ି ଦେବେ। ଏବେ ପ୍ରସ୍ତୁତ ହୋଇଗଲା ନଡ଼ିଆ ପକୁଡ଼ି।

Comment