ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ଇସ୍ରୋ ବଡ଼ ଘୋଷଣା କରିଛି। ୨୦୨୦, ଏପ୍ରିଲରେ ଚନ୍ଦ୍ରଯାନର ୩ର ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ ଶିଭନ ଆଜି କହିଛନ୍ତି। ଚନ୍ଦ୍ରଯାନ ୩କୁ ସରକାର ମଞ୍ଜୁରୀ ଦେଇ ସାରିଥିବା ସେ କହିଛନ୍ତି।
‘‘ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଚନ୍ଦ୍ରଯାନ ୩ ପାଇଁ କାମ ଚାଲୁ ରହିଛି। ଚନ୍ଦ୍ରଯାନ ୨ ଭଳି ଚନ୍ଦ୍ରଯାନ ୩ରେ ମଧ୍ୟ ସୂକ୍ଷ୍ମ ଅବତରଣ ପାଇଁ ଉଦ୍ୟମ କରାଯିବ’’, କହିଛନ୍ତି କେ ଶିଭନ।
ସେହିପରି ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ଚିହ୍ନଟ କରାଯାଇଥିବା ‘ଇସ୍ରୋ’ କହିଛି। ତାମିଲନାଡୁର ତଥୁକୋଡିରେ ସ୍ପେସ୍ ପୋର୍ଟ ନିର୍ମାଣ କରାଯିବ ବୋଲି ଇସ୍ରୋ ମୁଖ୍ୟ ଘୋଷଣା କରିଛନ୍ତି।

















