ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ପିଲାମାନେ ଶାଗ ଖାଇବାକୁ ପସନ୍ଦ କରିନଥା’ନ୍ତି। ଏଥିପାଇଁ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଶାଗ ଫ୍ରାଏଡ୍‌ ରାଇସ୍। ଏହା ଖାଇବାକୁ ଯେତିକି ଟେଷ୍ଟି ସେତିକି ସ୍ୱାସ୍ଥ୍ୟକର।

ଆବଶ୍ୟକ ସାମଗ୍ରୀ

ବାସୁମତି ଚାଉଳ, ଗୋଟେ ପିଆଜ, ଗୋଟା ମସଲା, ଲେମ୍ବୁ ରସ, ଗରମ ମସଲା, ମକା, ଲୁଣ, କ୍ୟାପ୍‌ସିକମ୍‌, ପାଳଙ୍ଗ ଶାଗ, ମୂଳା ଶାଗ, ଫୁଲ କୋବି, ବନ୍ଧାକୋବି, ରିଫାଇଣ୍ଡ ତେଲ, ୨ ଚାମଚ ଅଦାରସୁଣ ବଟା।

ପ୍ରସ୍ତୁତି

ପ୍ରଥମେ ଫୁଲ କୋବି, ପତ୍ର କୋବି ଓ କ୍ୟାପିସିକମ୍‌କୁ ଭାଜି ଦିଅନ୍ତୁ।

ଗ୍ୟାସ୍‌ରେ ଲଗାଇ କଡ଼େଇ ବସାନ୍ତୁ। ଏବେ ଏଥିରେ ଦୁଇ ଚାମଚ ରିଫାଇଣ୍ଡ ତେଲ ପକାନ୍ତୁ। ଏବେ ଏଥିରେ ଅଳେଇଚ, ଡାଲଚିନି, ଗୁଜୁରାତି, ଜିରା ଏବଂ ପିଆଜ ପକାଇ ଭାଜନ୍ତୁ। ପିଆଜ ହାଲ୍‌କା ବାଦାମୀ ରଙ୍ଗର ହୋଇଗଲେ ଏଥିରେ ଦୁଇ ଚାମଚ ଅଦା ରସୁଣ ପେଷ୍ଟ ପକାନ୍ତୁ। ମସଲା କଷି ଦେଲା ପରେ ଏଥିରେ ଚାଉଳ ପକାଇ ଟିକେ ଭାଜନ୍ତୁ। ଏବେ ପୂର୍ବରୁ ଭାଜିଥିବା ପତ୍ର କୋବି, ଫୁଲ କୋବି କ୍ୟାପସିକମ୍‌, ଗ୍ରୀନ୍‌ ମଟର, ମକା ସିଝା, ପାଳଙ୍ଗ ଶାଗ, ମେଥୀ ଶାଗ, ମୂଳା ଶାଗ ପକାଇ ଭାଜିବେ। ଏବେ ସ୍ୱାଦ ଅନୁସାରେ ଲୁଣ ମିଶାଇ ପାଣି ଦେଇଦେବେ। (ଗୋଟେ କପ୍‌ ପାଣିରେ ଦୁଇ କପ୍‌ ପାଣି) ୧୫ ମିନିଟ୍‌ ପରେ ଢାଙ୍କୁଣି କାଢ଼ି ଗରମ ମସଲା ପକାଇ ମିଶାଇବେ। ଏବେ ପ୍ରସ୍ତୁତ ହୋଇଗଲା ଶାଗ ଫ୍ରାଏଡ୍‌ ରାଇସ୍‌।

Comment