ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ‘ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର’ରେ କାଜଲ ଓ ଅଜୟ ଦେବଗନଙ୍କୁ ଏକାଠି ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ୧୧ ବର୍ଷ ପରେ କାଜଲ ଓ ଅଜୟ ଦେବଗନଙ୍କ ହିଟ୍‌ ଯୋଡ଼ିଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ଅଜୟ ଦେବଗନ ତାନାଜୀଙ୍କ ଚରିତ୍ରରେ ଅଭିନୟ କରିଥିଲା ବେଳେ କାଜଲ ତାଙ୍କ ପତ୍ନୀ ସାବିତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।

କାଜଲଙ୍କ ଚରିତ୍ରକୁ ନେଇ ଅଜୟ କହନ୍ତି,‘‘ସବୁବେଳେ ଜଣେ ଯୋଦ୍ଧା ହିଁ ବଳିଦାନ ଦେଇଥାଏ ତାହା ନୁହେଁ ବେଳେ ବେଳେ ଯୋଦ୍ଧାଙ୍କ ପତ୍ନୀଙ୍କୁ ବି ବଳିଦାନ ଦେବାକୁ ପଡ଼ିଥାଏ। ଫିଲ୍ମରେ କାଜଲ ଜଣେ ଯୋଦ୍ଧାଙ୍କ ପତ୍ନୀ ଭୂମିକା ପାଇଁ କାଜଲ ପୂରା ପରଫେକ୍ଟ’’।

ଫିଲ୍ମର ନିର୍ଦ୍ଦେଶନା ଓମ୍ ରାଉତ ଦେଇଛନ୍ତି। ଫିଲ୍ମଟି ୧୫୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଛି। ଜାନୁଆରି ୧୦ରେ ଫିଲ୍ମ ରିଲିଜ ହେବ।

Comment