ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣା। ଦୁଇ ଦିନ ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ। ଶିକ୍ଷକ ଜଣକ ହେଉଛନ୍ତି ବିଶ୍ଵଜିତ ନାଥ। ତାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ। ଗିରଫ ନେଇ ସୂଚନା ଦେଇଛନ୍ତି ଜଳେଶ୍ଵର ଏସ୍‌ଡିପିଓ ଅଙ୍କିତା କୁମ୍ଭାର।

ଜାନୁଆରି ୨ ତାରିଖରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଦେହୁର୍ଦ୍ଦା ଗାଁରେ ଜଣେ ନାବାଳିକାକୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ଶିକ୍ଷକ। ପରେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ। ଏନେଇ ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଦେହୁର୍ଦ୍ଦା ଗାଁରେ ରତନ ନାଥଙ୍କ ପୁଅ ବିଶ୍ଵଜିତ ସେହି ଗାଁରେ ଜଣେ ନାବାଳିକାକୁ ୪ ବର୍ଷ ଧରି ଟ୍ୟୁସନ କରି ଆସୁଥିଲେ। ସବୁଦିନ ଭଳି ଜାନୁଆରି ୨ ତାରିଖରେ ମଧ୍ୟ ଟ୍ୟୁସନ କରିଥିଲେ। ଟ୍ୟୁସନ ସରିବା ପରେ ଦୁଇ ଜଣ ଘର ଫାଟକ ପାଖରେ ଛିଡ଼ା ହୋଇ କଥା ହେଉଥିଲା ବେଳେ ହଠାତ ବିଶ୍ଵଜିତ ଏକ ଧାରୁଆ ଅସ୍ତ୍ରରେ ଛାତ୍ରୀଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲା।

ଗିରଫ ପରେ ପୋଲିସ ତାଙ୍କୁ ପଚରା ଉଚରା ଜାରି ରଖିଛି। ଶିକ୍ଷକ ଜଣକ କାହିଁକି ଛାତ୍ରୀଙ୍କ ତଣ୍ଟି କାଟିଲେ? ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ। ପ୍ରେମ ଜନିତ କାରଣରୁ ଏହି କାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here