ଓଡ଼ିଶାଲାଇଭ୍‌ ବ୍ୟୁରୋ


ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯାଇନଥିବ ସେହି କେନ୍ଦ୍ରରେ ପରୀକ୍ଷା ହେବ ନାହିଁ। ୨୦୨୦ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପାଇଁ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଚଳିତ ୧୦ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ସିସିଟିଭି ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବି କେ ସାହୁ  ସମସ୍ତ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଏହି ବିଷୟ ଜଣାଇଛନ୍ତି। ପରୀକ୍ଷା କେନ୍ଦ୍ରର ପ୍ରବେଶ ଦ୍ୱାର, ପରୀକ୍ଷା ହଲ, ବାରଣ୍ଡା ଓ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଲଗାଯିବା ଜରୁରୀ। ଵିଶେଷକରି  ଯେଉଁଠି ପରୀକ୍ଷା ବେଳେ ସାଧାରଣ ଲୋକ ଚଳପ୍ରଚଳ କରିବାର ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ, ଲାବରୋଟେରି, ଯେଉଁ ଗୃହରେ ପ୍ରଶ୍ନ ପତ୍ର ରଖାଯିବ ଓ ଖୋଲାଯିବ ତଥା ଉତ୍ତର ଖାତା ଯେଉଁଠାରୁ ପଠାଯିବ ସେଠି ବି ଏହି କ୍ୟାମେରା ଲାଗିବ।

ପରୀକ୍ଷା କେନ୍ଦ୍ରମାନଙ୍କୁ ଏହି ନିର୍ଦ୍ଦେଶ ବି ଦିଆଯାଇଛି ଯେ ଇଣ୍ଟରନେଟ ସେବା ଓ ସିସିଟିଭି କ୍ୟାମେରା ରେକର୍ଡିଂ ପାଇଁ ନିହାତି ଆବଶ୍ୟକ ୫/୬ ଘଣ୍ଟା ପାୱାର ବ୍ୟାକ ଅପ୍‌ ନିଶ୍ଚିତ କରାଯିବ।

ଘନଘନ ନିର୍ଦ୍ଦେଶ ସତ୍ତ୍ୱେ ଗତ ବର୍ଷ ପ୍ରାୟ ୩୦ଟି ପରୀକ୍ଷା କେନ୍ଦ୍ରରେ ବିନା ସିସିଟିଭିରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଣୁ ଏବର୍ଷ ବୋର୍ଡ ଏହି ନିର୍ଦ୍ଦେଶକୁ କଡାକଡି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here