ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବକ୍ସ୍ ଅଫିସରେ ହିଟ୍ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’। କେବଳ ହିଟ୍ ନୁହେଁ ବକ୍ସ ଅଫିସରେ ଭରପୂର ରୋଜଗାର ମଧ୍ୟ କରିଛି ଅକ୍ଷୟଙ୍କ ଏହି ଫିଲ୍ମ। ରବିବାର ସୁଦ୍ଧା ଫିଲ୍ମଟି ନିଜକୁ ୧୫୦ କୋଟି କ୍ଲବରେ ସାମିଲ କରିନେଇଛି।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ ମାତ୍ର ଦୁଇ ସପ୍ତାହ ମଧ୍ୟରେ ବେଶ୍ ଭଲ ବ୍ୟବସାୟ କରିଛି। ଚଳିତ ବର୍ଷର ଏହା ଅକ୍ଷୟଙ୍କ ଚତୁର୍ଥ ହିଟ୍ ଫିଲ୍ମ ହୋଇଥିବାବେଳେ ଏହା ବକ୍ସ ଅଫିସରେ ବେଶ୍ ସଫଳ ହୋଇଛି।

ଏହି ଫିଲ୍ମରେ ଦର୍ଶକମାନେ ଭରପୂର କମେଡି ସାଙ୍ଗକୁ ଫ୍ୟାମିଲି ଡ୍ରାମା ଦେଖିବାକୁ ପାଉଛନ୍ତି। ଏପରିକି ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ-୩କୁ ମଧ୍ୟ ପଛରେ ପକାଇଦେଇଛି ‘ଗୁଡ୍ ନ୍ୟୁଜ୍’। ଫିଲ୍ମରେ ଅକ୍ଷୟଙ୍କ ସହ କରୀନା କପୁର, କିଆରା ଆଡଭାନୀ ମଧ୍ୟ ଅଭିନୟ କରିଛନ୍ତି।

Comment