ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ଡିଜେଲ୍ ଦର ବୃଦ୍ଧିର ପ୍ରଭାବ ଏବେ ବସ୍ ଯାତ୍ରୀଙ୍କ ଉପରେ ପଡ଼ିଛି। ପୂର୍ବରୁ ବସ୍ କିଲୋମିଟର ପିଚ୍ଛା ୬୯ ପଇସା ଥିଲାବେଳେ ତାହା ୧ ପଇସା ବଢ଼ି ୭୦ ପଇସାକୁ ବୃଦ୍ଧି ପାଇଛି।
ଏକ୍ସପ୍ରେସ୍ ବସ୍ ଭଡ଼ା ୭୨ ପଇସା ଥିବା ବେଳେ ଏବେ ୭୩ ପଇସାକୁ ବଢ଼ିଛି। ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଚ୍ଛା ୧ଟଙ୍କା ୧ ପଇସା ଓ ଏସି ଡିଲକ୍ସ କିଲୋମିଟର ପିଚ୍ଛା ୧ଟଙ୍କା ୨୩ ପଇସା ବୃଦ୍ଧି ପାଇଛି।
ବସ୍ ଭଡ଼ା ବଢ଼ିବା ଫଳରେ ଯାତ୍ରୀ ଓ ବସ୍ ମାଲିକ ସଂଘ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।