ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି
  • ଏକ୍ସପ୍ରେସ ବସ୍ ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି
  • ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି

ପେଟ୍ରୋଲ, ଡିଜେଲର ମହଙ୍ଗା ମାଡ଼ରେ ପୁଣିଥରେ ବଢ଼ିଛି ବସ୍ ଭଡ଼ା। ଶନିବାର ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି। ବର୍ଦ୍ଧିତ ଭଡ଼ା ଅନୁଯାୟୀ, ରାଜ୍ୟରେ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୯୩ରୁ ୯୬ ପଇସା ବଢିଛି।

ଏଥିସହ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସା ବଢ଼ିଥିବା ବେଳେ ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫୭ ପଇସାରୁ ୧ ଟଙ୍କା ୬୩ ଏବଂ ସୁପର ପ୍ରିମିୟମ ବସ୍ ଭଡ଼ା ୨ ଟଙ୍କା ୪୪ରୁ ବଢି ୨ ଟଙ୍କା ୫୩ ପଇସା ହୋଇଛି।

କିଛିଦିନ ହେଲା ଦେଶରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ତେଲ ଦର ମହଙ୍ଗା ହୋଇଛି। ରାଜଧାନୀ ଭୁବନେଶ୍ୱରେ ଶନିବାର ପେଟ୍ରୋଲର ଲିଟର ପିଛା ଦାମ ୧୦୬.୪୨ ଟଙ୍କା ଓ ଡିଜେଲ ଦର ୧୦୨.୭୭ ଟଙ୍କା ହୋଇଛି।ଗୋଟିଏ ପଟେ ରାଜ୍ୟରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଥିବା ବେଳେ ଏବେ ବସ୍ ଭଡ଼ା ବୃଦ୍ଧି ଲୋକଙ୍କ ପକେଟକୁ ବାଧିବ ବୋଲି କୁହାଯାଉଛି।

Comment