ଓଡ଼ିଶାଲାଇଭ୍ ବ୍ୟୁରୋ

କମିଲା ବସ୍ ଭଡ଼ା। ଶୁକ୍ରବାର ରାଜ୍ୟର ବସ୍ ଭଡ଼ା କିଲୋମିଟର ପିଛା ୧ ରୁ ୨ ପଇସା ହ୍ରାସ ପାଇଛି।

ସାଧାରଣ ବସର ଭଡ଼ା କିଲୋମିଟର ପିଛା ୧ ପଇସା ହ୍ରାସ ପାଇ ଏବେ ୬୮ ପଇସାରେ ପହଞ୍ଚିଛି। ଏକ୍ସପ୍ରେସ ବସର କିଲୋମିଟର ପିଛା ଦାମ ୭୨ ପଇସାରୁ ୭୧ ପଇସାକୁ ହ୍ରାସ ପାଇଛି।

ସେହିପରି ଡିଲକ୍ସ ବସର ଭଡ଼ା ୯୯ ପଇସାରୁ ହ୍ରାସ ପାଇ ଏବେ ୯୭ ପଇସାରେ ପହଞ୍ଚିଛି ଓ ଏସି ଡିଲକ୍ସର ଦାମ ୧ ଟଙ୍କା ୨୧ ପଇସାରୁ ହ୍ରାସ ପାଇ ଏବେ ୧ ଟଙ୍କା ୧୯ ପଇସାରେ ପହଞ୍ଚିଛି।

ସ୍ୱୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ବସ୍ ଭଡ଼ା ହ୍ରାସ ପାଇଥିବା କୁହାଯାଇଛି। ଅନ୍ୟପଟେ ବସ୍ ଭଡ଼ା ହ୍ରାସ ପାଇବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହର ଦେଖିବାକୁ ମିଳିଛି।

Comment