ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଇନ୍ଦୋର ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧୋଇ ହୋଇଯିବା ପରେ ଏବେ ଦ୍ଵିତୀୟ ମ୍ୟାଚ ପାଇଁ ଫ୍ୟାନମାନେ ଖୁସି ଅଛନ୍ତି। କାରଣ ଏହି ମ୍ୟାଚ ପାଇଁ ଇନ୍ଦୋର ଷ୍ଟାଡିୟମରେ ପାଗ ଶୁଖିଲା ରହିଥିବା ଜଣାପଡ଼ିଛି।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଆଉ ଦୁଇଟି ମ୍ୟାଚ ଖେଳିବେ। ଆଉ ଦୁଇଟି ମ୍ୟାଚ ଥିବାରୁ ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ। ତେଣୁ ଉଭୟ ଦଳ ଏହି ମ୍ୟାଚକୁ ଜିତିବାକୁ ପ୍ରୟାସ କରିବେ।

ଟିମ୍‌ ଇଣ୍ଡିଆ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ପଡ଼ିଆକୁ ଓହ୍ଲାଇବ। ଦଳକୁ ଶିଖର ଧଓ୍ଵନ ଓ ଯଶପ୍ରୀତ ବୁମରାହ ଫେରିଥିବା ବେଳେ ରୋହିତ ଶର୍ମାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି। ଦଳ ପୂରା ରଣନୀତି ସହ ପଡ଼ିଆକୁ ଓହ୍ଲାଇବ। ସେହିପରି ଦଳର ସ୍ପିନ ବିଭାଗରେ ରହିଛନ୍ତି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ।

ଅନ୍ୟପକ୍ଷରେ ଲସିଥ୍‌ ମାଲିଙ୍ଗାଙ୍କ ଅଧିନାୟକତ୍ଵରେ ଶ୍ରୀଲଙ୍କା ଦଳ ଏହି ମ୍ୟାଚ ଖେଳିବ। ଦଳରେ ଧନୁଷ୍କା ଗୁଣଥିଲକା, ଆସିଥା ଫର୍‌ନାଣ୍ଡୋ, କୁଶଲ ପରେରାଙ୍କ ଭଳି ଖେଳାଳି ରହିଛନ୍ତି। ଦଳ ଏହି ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାଓ୍ଵନ, କେଏଲ୍‌ ରାହୁଲ, ଶ୍ରେୟାସ ଆୟର, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, ଶିଭମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ, ନବଦୀପ ସୈନି, ସାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ଓ୍ଵାଶିଂଟନ ସୁନ୍ଦର, ସଞ୍ଜୁ ସାମସନ।

ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣଥିଲାକା, ଆସିଥା ଫର୍‌ନାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାସୁନ ଶଙ୍କା, କୁଶଲ ପେରେରା, ନିରୋସାନ ଡିକ୍‌ଓ୍ଵେଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦାନା, ଭାନୁକା ରାଜାପାକ୍‌ସା, ଓସାଦା ଫେର୍‌ନାଣ୍ଡୋ, ଓ୍ଵାନିନ୍ଦୁ ହାସାରାଙ୍ଗା, ଲାହିରୁ କୁମାରା, କୁଶଲ ମେଣ୍ଡିସ।

Comment