ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନ ଧରି ରାଜ୍ୟରେ ଲାଗି ରହିବ ମଧ୍ୟମ ଧରଣର ବର୍ଷା। ପଶ୍ଚିମବଙ୍ଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବୁଧବାର ଓ ଗୁରୁବାର ରାଜ୍ୟର ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ପରିବେଷ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସିଇସିର ବୁଲେଟିନ୍‌ ଅନୁଯାୟୀ, ବୁଧବାର ଅପରାହ୍‌ଣରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରି ୧୦ରୁ ଦୁଇଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଜାନୁଆରି ୧୨ରୁ ଦିନର ତାପମାତ୍ରା ବୃଦ୍ଧି ପାଇବ।

ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ୭.୫ ଡିଗ୍ରୀ ରହିଛି। ଟିଟିଲାଗଡ଼ରେ ୭.୬ ଡିଗ୍ରୀ ଓ ଅନୁଗୁଳରେ ୮.୦ ଡିଗ୍ରୀ ରେକର୍ଡ କରାଯାଇଛି।

Comment