ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିକେନ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ପିଠଉ। ଏହାକୁ ଆପଣ ସ୍ନାକ୍ସ ଭଳି ଖାଇପାରିବେ।

୨୦୦ଗ୍ରାମ୍‌ ଚିକେନ୍‌କୁ ଭଲ କରି ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ।

ଗ୍ୟାସ୍‌କୁ ଲଗାଇ ଏବେ ଏଥିରେ ଗୋଟିଏ ପ୍ୟାନ୍‌ ବସାନ୍ତୁ। ଏଥିରେ ୪ ଚାମଚ ରିଫାଇଣ୍ଡ ତେଲ ପକାଇବେ। ଏଥିରେ ଅଧ ଚାମଚ ଜୀରା, ରସୁଣ ପେଷ୍ଟ ୨ ଚାମଚ ପକାଇ ଟିକେ କଷେଇବେ। ଏବେ ଏଥିରେ ଚିକେନ୍‌କୁ ମିଶାଇ କଷିବେ। ଏବେ ଏଥିରେ ଅଧ ଚାମଚ ଲୁଣ, ଅଧ ଚାମଚ ହଳଦି ପକାଇ ଗୋଳାଇବେ। ଏବେ ଏଥିରେ ଅଦା ପେଷ୍ଟ ମିଶାଇବେ।

ଏବେ ଏହି ଚିକେନ୍‌ରେ ଟମାଟୋ ପେଷ୍ଟ ଗୋଟେ ଚାମଚ, ଲଙ୍କାଗୁଣ୍ଡ ଗୋଟେ ଚାମଚ ପକାଇ କଷାଇବେ। ଏବେ ଏଥିରେ ଚାଉଳ ବଟା ୩ଚାମଚ ମିଶାଇବେ। ଚିକେନ୍‌ ଅଳ୍ପ ନାଲି ହୋଇଗଲା ପରେ ଏହାକୁ ପ୍ଲେଟ୍‌ରେ ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ପିଠଉ।

Comment