ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପୌଷ ପୂର୍ଣ୍ଣିମା ତଥା ଦେବାଭିଷେକ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମା ଅବସରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହେବ। ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ପରେ ସୁନାବେଶ ସମ୍ପନ୍ନ ହେବ। ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଆଜି ସକାଳ ଧୂପ ଏବଂ ପରେ ଅଭିଷେକ ନୀତି ଅନୁଷ୍ଠିତ ହେବ। ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

ଅନ୍ୟପଟେ ଶ୍ରୀ ଅଲାରନାଥ ପୁଷ୍ୟାଭିଷେକ ଓ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ପ୍ରତିବର୍ଷ ମହାପ୍ରଭୁଙ୍କର ପାଞ୍ଚଥର ସୁନାବେଶ ଅନୁଷ୍ଠିତ ହୋଇଥାଏ।

ଏଥିପାଇଁ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment