ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପାଇଁ ଗର୍ବ ଆଣିଲେ ଅଂଶୁମାନ କମିଳା। ଅଂଶୁମାନ ଆଇଇଏସ୍‌ ପରୀକ୍ଷାରେ ଦେଶରେ ଟପ୍ପର ହୋଇଛନ୍ତି।

ଓଡ଼ିଆ ପୁଅ ଅଂଶୁମାନ କମିଳା ହେଲେ ଭାରତୀୟ ଆର୍ଥିକ ସେବା(ଆଇଇଏସ୍‌) ଟପ୍ପର। ୨୦୧୯ ଆଇଇଏସ୍‌ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ସାରା ଭାରତରେ ୧ ନମ୍ଵର ସ୍ଥାନ ହାସଲ କରିଛନ୍ତି।

ଅଂଶୁମାନ ହେଉଛନ୍ତି ପୂର୍ବତନ ମୁଖ୍ୟ ମହାଡାକପାଳ ସନ୍ତୋଷ କମିଳା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଉତ୍କଳ ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲରେ ଦ୍ଵାଦଶ ପାସ୍‌ କରିଥିଲେ।

ଏହାପରେ ସେ ଦିଲ୍ଲୀର ଷ୍ଟିଫେନ କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେହିପରି ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ସ୍ନାତକୋତ୍ତର କରିବା ସହ ଜେଏନ୍‌ୟୁରେ ଏମ୍‌ଫିଲ କରୁଥିଲେ। ବର୍ତ୍ତମାନ ସେ ମୁମ୍ଵାଇସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅର୍ଥନୀତି ଓ ନୀତି ନିର୍ଦ୍ଧାରଣ ଗବେଷଣା ବିଭାଗର ମ୍ୟାନେଜର ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

1 COMMENT

Comment