ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୧୦ରେ ରିଲିଜ ହୋଇଥିଲା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର। ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି ମଧ୍ୟ। ଉତ୍ତରପ୍ରଦେଶ ସରକାର ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଅଜୟ ଦେବଗନଙ୍କ ଫିଲ୍ମ ସହିତ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ ମଧ୍ୟ ଏହି ଦିନ ରିଲିଜ ହୋଇଥିଲା। ‘

ଏହି ଫିଲ୍ମକୁ ବି ୩ଟି ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ। ତାନାଜୀକୁ ବି ଏହି ୩ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବାକୁ ଦାବି ହୋଇଥିଲା। ମାତ୍ର ଏହି ୩ ରାଜ୍ୟରେ ଫିଲ୍ମକୁ ଏଯାଏଁ ଟ୍ୟାକ୍ସ ଫ୍ରି କରାଯାଏ ନାହିଁ।

ରିଲିଜ ହେବାର ୩ ଦିନ ମଧ୍ୟରେ ଫିଲ୍ମଟି ୬୧.୭୫ କୋଟି ଆୟ କରିଛି। ଉତ୍ତରପ୍ରଦେଶରେ ଫିଲ୍ମ ଟ୍ୟାକ୍ସ ଫ୍ରି ହେବା ପରେ ଏହା ଫିଲ୍ମର କଲେକ୍ସନକୁ ପ୍ରଭାବିତ କରିପାରେ।

Comment